ଓଡିଶା

odisha

ETV Bharat / bharat

ଆଜିଠୁ ଭାରତ ଉପରେ UNSC ଭାର, ପ୍ରଧାନମନ୍ତ୍ରୀ କରିବେ ଅଧ୍ୟକ୍ଷତା - ଜାତିସଂଘ ସୁରକ୍ଷା ପରିଷଦ

ରବିବାର ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମ୍ଭାଳିଛି ଭାରତ । ୯ ଅଗଷ୍ଟରେ ୟୁଏନ ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଆଜିଠୁ ଭାରତ ପାଖରେ UNSC ଭାର, ପ୍ରଧାନମନ୍ତ୍ରୀ କରିବେ ଅଧ୍ୟକ୍ଷତା
ଆଜିଠୁ ଭାରତ ପାଖରେ UNSC ଭାର, ପ୍ରଧାନମନ୍ତ୍ରୀ କରିବେ ଅଧ୍ୟକ୍ଷତା

By

Published : Aug 1, 2021, 5:43 PM IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ଇତିହାସ ରଚିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସ୍ବାଧୀନତା ପରେ ପ୍ରଥମ ଥର କୌଣସି ପ୍ରଧାନମନ୍ତ୍ରୀ ଜାତିସଙ୍ଘର ସୁରକ୍ଷା ପରିଷଦ ବୈଠକର କରିବେ ଅଧ୍ୟକ୍ଷତା । ରବିବାର ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମ୍ଭାଳିଛି ଭାରତ । ଅଗଷ୍ଟ ୨୦୨୧ରେ ଭାରତ ପାଖରେ ରହିବ ସୁରକ୍ଷା ପରିଷଦର ଅଧ୍ୟକ୍ଷତା । ଏହି ସମୟ ମଧ୍ୟରେ ସମୁଦ୍ର ସୁରକ୍ଷା, ଶାନ୍ତ ରକ୍ଷା ଓ ଆତଙ୍କବାଦ ଉପରେ ଲଗାମ ଲଗାଇବା ସମ୍ବନ୍ଧୀୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ନେତୃତ୍ବ ନେବ ଭାରତ ।

ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୈୟଦ ଅକବରୁଦ୍ଦିନଙ୍କ ଅନୁଯାୟୀ, ୯ ଅଗଷ୍ଟରେ ୟୁଏନ ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୫ ବର୍ଷ ମଧ୍ୟରେ ଏହା ପ୍ରଥମ ଅବସର, ଯେବେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଜାତିସଂଘର ୧୫ ସଦସ୍ୟ ସଂଗଠନର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିବେ ।

ସୁରକ୍ଷା ପରିଷଦରେ ଏହା ଭାରତର ଅଷ୍ଟମ କାର୍ଯ୍ୟକାଳ । ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଏହାର ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ୧୯୯୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାୱ ସୁରକ୍ଷା ପରିଷଦ ବୈଠକରେ ସାମିଲ ହୋଇଥିଲେ । ଯଦିଓ ଏହା ଭର୍ଚୁଆଲ ବୈଠକ ହେବ ତଥାପି ଭାରତ ପାଇଁ ଐତିହାସିକ ଦିନ କୁହାଯାଇପାରେ ।

ଜାତିସଂଘ ସୁରକ୍ଷା ପରିଷଦରେ ୧୫ ଦେଶ ସାମିଲ ଅଛନ୍ତି । ଏଥିରେ ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ସଂଦସ୍ୟ ଅଛନ୍ତି । ସ୍ଥାୟୀ ଦେଶଗୁଡିକ ମଧ୍ୟରେ ଚୀନ, ଫ୍ରାନ୍ସ, ଋଷ, ବ୍ରିଟେନ ଓ ଆମେରିକା ରହିଥିବାବେଳେ ଭାରତ ଅସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ।

ଅସ୍ଥାୟୀ ସଦସ୍ୟ ଭାବରେ ଭାରତକୁ ୨ ବର୍ଷର କାର୍ଯ୍ୟକାଳ ମିଳିଛି । ଏହା ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିଲା । ପ୍ରତ୍ୟେକମାସ ଇଂରାଜୀ ଅକ୍ଷର ଆଧାରରେ ଅଧ୍ୟକ୍ଷତା ବଦଳିଥାଏ । ଏବେ ଭାରତକୁ ପୁଣି ଡିସେମ୍ବରରେ ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିବ । ଏହାପୂର୍ବରୁ ଜୁନରେ ଫ୍ରାନ୍ସ ପାଖରେ ରହିଥିଲା ଏହାର ଅଧ୍ୟକ୍ଷତା ।

ABOUT THE AUTHOR

...view details