ଓଡିଶା

odisha

ETV Bharat / bharat

PM Modi France Visit: ଫ୍ରାନ୍ସ ଗସ୍ତରେ ଯିବେ ମୋଦି, ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେବେ - ମୋଦିଙ୍କ ଫ୍ରାନ୍ସ ଗସ୍ତ

ଆସନ୍ତା ଜୁଲାଇ ୧୪ରେ ଫ୍ରାନ୍ସରେ ହେବାକୁ ଥିବା ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଫ୍ରାନ୍ସ ରାଷ୍ଟ୍ରପତି ମୋଦିଙ୍କୁ କହିଛନ୍ତି ଆପଣ ଆସିଲେ ମୁଁ ଖୁସି ହେବି ।

PM Modi France Visit
PM Modi France Visit

By

Published : May 6, 2023, 7:27 AM IST

Updated : May 6, 2023, 9:10 AM IST

ନୂଆଦିଲ୍ଲୀ:ଦିନକୁ ଦିନ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ମଜବୁତ ହେବାରେ ଲାଗିଛି । ଏହାରି ଭିତରେ ଜୁଲାଇ ୧୪ ତାରିଖରେ ପ୍ୟାରିସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଫ୍ରାନ୍ସର ବାଷ୍ଟିଲ ଡେ ସାମରିକ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏନେଇ ଗତକାଲି(ଶୁକ୍ରବାର) ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, "ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ରଣନୈତିକ ସମ୍ପର୍କକୁ ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାଷ୍ଟିଲ ଡେ ପରେଡରେ ଯୋଗଦେବେ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ନିମନ୍ତ୍ରଣକୁ ମୋଦି ଗ୍ରହଣ କରିଛନ୍ତି ।"

ଏହାକୁ ନେଇ ଖୁସ୍ତିବ୍ୟକ୍ତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, "ପ୍ରିୟ ନରେନ୍ଦ୍ର, ମୁଁ 14 ଜୁଲାଇରେ ପ୍ୟାରିସରେ ହେବାକୁ ଥିବା ପରେଡରେ ଆପଣଙ୍କୁ ସମ୍ମାନିତ ଅତିଥି ଭାବରେ ସ୍ବାଗତ କରି ଖୁସି ହେବି ।" ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସାମରିକ ସହଯୋଗକୁ ୨୫ ବର୍ଷ ପୂର୍ତ୍ତି ହେବାକୁ ବସିଥିବା ବେଳେ ଏହି ସମୟରେ ମୋଦିଙ୍କ ଫ୍ରାନ୍ସ ଗସ୍ତ ବିଶେଷ ଗୁରୁତ୍ବ ବହନ କରୁଛି ।

ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି," ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗ୍ରସ୍ତ ରଣନୀତି, ସଂସ୍କୃତି, ବୈଜ୍ଞାନିକ ଏବଂ ଆର୍ଥିକ ସହଯୋଗ ପାଇଁ ନୂତନ ତଥା ଉଚ୍ଚାଭିଳାଷି ଲକ୍ଷ୍ୟ ସ୍ଥିର କରି ଭାରତ-ଫ୍ରାନ୍ସ ମଧ୍ୟରେ ରହିଥିବା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଶାନ୍ତି ଏବଂ ନିରାପତ୍ତା ଉପରେ ବିଶେଷ କରି ୟୁରୋପ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଭାରତ ଏବଂ ଫ୍ରାନ୍ସର ଏକ ଦୂରଦୃଷ୍ଟି ରହିଛି । ମିଳିତ ଜାତିସଂଘର ଉଦ୍ଦେଶ୍ୟ ଏବଂ ନୀତି ଉପରେ ଦୁଇ ଦେଶ ମଧ୍ୟ ସମନ୍ବୟ ରହିଛି ।"

କଣ ଏହି ବାଷ୍ଟିଲ ଡେ:ଫ୍ରାନ୍ସରେ ୧୭୮୯ ମସିହା ଜୁଲାଇ ୧୪ ତାରିଖ ଦିନ ଲୋକମାନେ ବାଷ୍ଟିଲ ଉପରେ ଆକ୍ରମଣ କରିଥିଲେ । ଏହା ପରେ ଫରାସୀ ବିପ୍ଳବ ଆରମ୍ଭ ହୋଇଥିଲା । ଏହି କାରଣରୁ ଫ୍ରାନ୍ସରେ ଏହାକୁ ଗୁରୁତ୍ବପୂର୍ଣ୍ଣ ଦିନ ଭାବରେ ବିବେଚନା କରାଯାଏ । ସେହିଦିନ ଠାରୁ ବାଷ୍ଟିଲ ଡେକୁ ରାଷ୍ଟ୍ରୀୟ ଦିବସ ଭାବେ ପାଳନ କରାଯାଉଛି ।

ପ୍ରକାଶଥାଉକି, ଫ୍ରାନ୍ସରେ ହେବାକୁ ଥିବା ଏହି ବାଷ୍ଟିଲ ପରେଡରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଜର୍ମାନୀର ପୂର୍ବତନ ଚାନ୍ସେଲର ଅଞ୍ଜେଲା ମର୍କେଲ ମଧ୍ୟ ଯୋଗଦେବା ନେଇ ସୂଚନା ମିଳିଛି ।

Last Updated : May 6, 2023, 9:10 AM IST

ABOUT THE AUTHOR

...view details