ଓଡିଶା

odisha

ETV Bharat / bharat

ଶୁକ୍ରବାର ୫୬ତମ DGP ସମ୍ମିଳନୀର ଯୋଗଦେବେ ମୋଦି

ଶୁକ୍ରବାର ଉତ୍ତରପ୍ରଦେଶ ଲକ୍ଷ୍ନୌରେ ୫୬ତମ DGP ଓ IGP ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଲକ୍ଷ୍ନୌ ପୋଲିସ ହେଡ କ୍ବାର୍ଟରରେ ଏହି ସମ୍ମିଳନୀ ଆୟୋଜିତ ହେବ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

By

Published : Nov 19, 2021, 2:57 PM IST

ନୂଆଦିଲ୍ଲୀ: ଆସନ୍ତାକାଲି (ଶୁକ୍ରବାର) ଉତ୍ତରପ୍ରଦେଶ ଲକ୍ଷ୍ନୌରେ ୫୬ତମ DGP ଏବଂ IGP ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ (PM Modi) । ଲକ୍ଷ୍ନୌ ପୋଲିସ ହେଡ କ୍ବାର୍ଟରରେ ଏହି ସମ୍ମିଳନୀ ଆୟୋଜିତ ହେବ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଦୁଇ ଦିନ ଧରି ଏହି ସମ୍ମିଳନୀ ଚାଲିବ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି (Director General of police) ସିଏପିଏଫର ମୁଖ୍ୟ ଓ କେନ୍ଦ୍ରୀୟ ପୋଲିସ ବଳୟ (central police organization) ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସାଇବର କ୍ରାଇମ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା, ଆତଙ୍କବାଦକୁ ନିପାତ କରିବା ନେଇ ଗ୍ରହଣ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ ।

2014ରୁ ଡିଜିପି ସମ୍ମିଳନୀରେ ଯୋଗ ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।ଆସନ୍ତାକାଲି (ଶୁକ୍ରବାର) ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସମ୍ମିଳନୀକୁ ଉଦଘାଟନ କରିବେ । ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ବାରା ଆୟୋଜିତ ଏହି ବୈଠକରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ତଥା କେନ୍ଦ୍ର ସରକାରଙ୍କ ଡିଜିପି ଏବଂ ଆଇଜିପି ପଦବୀରେ ଥିବା ପ୍ରାୟ 250 ଅଧିକାରୀ ଅଂଶଗ୍ରହଣ କରିବେ ।

@ANI

ABOUT THE AUTHOR

...view details