ଓଡିଶା

odisha

12ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

By

Published : Nov 16, 2020, 9:13 PM IST

ଚଳିତବର୍ଷ ଋଷ ଦ୍ବାରା ଆୟୋଜିତ 12ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରାଣାଳୟ । ପଢନ୍ତୁ ଅଧିକ....

ଦ୍ବାଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଦ୍ବାଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଚଳିତବର୍ଷ ଋଷ ଦ୍ବାରା ଆୟୋଜିତ ହେବାକୁ ଥିବା 12ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ ପ୍ରଧାନମନ୍ତ୍ରୀ ଭ୍ଲାଦମିର ପୁଟିନଙ୍କ ଅନୁରୋଧ କ୍ରମେ ଆସନ୍ତା 17 ତାରିଖେରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ମୋଦି । ଗ୍ଲୋବାଲ୍ ସ୍ଥିରତା, ଅଂଶୀଦାର ସୁରକ୍ଷା ଏବଂ ଅଭିନବ ଅଭିବୃଦ୍ଧି ଇତ୍ୟାଦି ଚଳିତ ବର୍ଷର ପ୍ରମୁଖ ପ୍ରସଙ୍ଗକୁ ନେଇ ଯୋଗଦେବେ ମୋଦି । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ।

ମିଳିତ ଜାତିସଂଘର 75 ତମ ବାର୍ଷିକୀ ପୃଷ୍ଠଭୂମିରେ ଏବଂ କୋଭିଡ-19 ମହାମାରୀ ମଧ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁଯାଉଛି । ସଦସ୍ୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ଆନ୍ତଃ ବ୍ରିକ୍ସ ସହଯୋଗ, ବର୍ତ୍ତମାନ ସମୟରେ ବିଶ୍ବରେ ଚାଲିଥିବା କୋଭିଡ -19 ମହାମାରୀର ପ୍ରଭାବକୁ ହ୍ରାସ ଦିଗରେ ପଦକ୍ଷେପ, ଆତଙ୍କବାଦ ବିରୋଧୀ, ବାଣିଜ୍ୟ, ସ୍ବାସ୍ଥ ସେବାରେ ସହଯୋଗ, ଶକ୍ତି ଏବଂ ସମ୍ବଳ ବିନିମୟ ଆଦି ପ୍ରମୁଖ ପ୍ରସଙ୍ଗରେ ଏଥରେ ଆଲୋଚନା ହେବାର ସମ୍ଭାବନା ରହିଛି ।

2021 ରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସରେ 13 ତମ ସମ୍ମିଳନୀରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଆୟୋଜକ ରାଷ୍ଟ୍ର ହେବ । ସେହିପରି 2012 ଓ 2016 ରେ ଭାରତ ବ୍ରିକ୍ସ ସମ୍ମିଳନୀ ଆୟୋଜକ ଥିଲା । ତୃତୀୟ ଥର ପାଇଁ ଭାରତ 2021 ଭାରତ ସମ୍ମିଳନୀର ଆୟୋଜକ ଭାବେ ଦାୟିତ୍ବ ତୁଲାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details