ଓଡିଶା

odisha

By

Published : Feb 16, 2021, 9:22 AM IST

ETV Bharat / bharat

ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ର ବଜେଟର ପ୍ରଭାବଶାଳୀ କାର୍ଯ୍ୟକାରିତା ୱେବିନାର, ସମ୍ବୋଧିତ କରିବେ ମୋଦି

ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ର ବଜେଟ୍ 2021-22ର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ର ବଜେଟ୍ 2021-22ର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ରୋଡମ୍ୟାପରେ ପରାମର୍ଶ ପାଇଁ ୱେବିନାରକୁ ସମ୍ବୋଧିତ କରିବେ ମୋଦି । ସମୟ 4ଘଟିକାରେ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି ।

ଏହି କାର୍ଯ୍ୟକ୍ରମରେ 200ରୁ ଅଧିକ ପ୍ୟାନେଲିଷ୍ଟ,ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନ ତଥା ପାଣ୍ଠିର ପ୍ରତିନିଧୀ,କଣ୍ଟ୍ରାକ୍ଟର,ପରାମର୍ଶଦାତା ଏବଂ ଏନେକ ବିଶେଷଜ୍ଞ ଅଂଶଗ୍ରହଣ କରିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।

କାର୍ଯ୍ୟକ୍ରମରେ ଭିତ୍ତିଭୂମି ବିକାଶର ଗତି ଓ ଗୁଣବତ୍ତା ଉପରେ ନିଜର ଧାରଣା ବାଣ୍ଟିବେ ପ୍ୟାନେଲିଷ୍ଟ । ଭିତ୍ତିଭୂମି କ୍ଷେତ୍ରରେ ଉନ୍ନତ ଟେକ୍ନୋଲୋଜି ସହିତ ଅଧିକ ନିବେଶକୁ ଗୁରୁତ୍ବ ଦିଆଯିବ । କାର୍ଯ୍ୟକ୍ରମରେ ବଜେଟର ଫାଷ୍ଟ-ଟ୍ରାକ୍ କାର୍ଯ୍ୟକାରିତା ନେଇ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯିବ।

@ANI

ABOUT THE AUTHOR

...view details