ନୂଆଦିଲ୍ଲୀ: ଆଜି ବିଶ୍ବ ଭାରତୀ ବିଶ୍ବ ବିଦ୍ୟାଳୟର ସମାବବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୟ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଏହି ସମାରୋହରେ 2 ହଜାର 535 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଏହି ସମାରୋହରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଓ ଶିକ୍ଷା ବିଭାଗର ଏମଓଏସ ସଞ୍ଜୟ ଧୋଟ୍ରୀ ପ୍ରମୁଖ ଉପସ୍ଥିତ ରହିବେ । ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ଶାନ୍ତିନିକେତନରେ ଅବସ୍ଥିତ । ଯାହା 1921ରେ ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ଏହା ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ।