ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ଭାରତୀୟ ପ୍ରତିନିଧୀଙ୍କ ଏସସିଓ କାଉନସିଲ୍ ଅଫ୍ ହେଡସ୍ ଅଫ୍ ଷ୍ଟେଟ୍ସର 20ତମ ସମ୍ମିଳନୀର ନେତୃତ୍ୱ ନେବେ । ସମସ୍ତ 8 ସଦସ୍ୟ ରାଷ୍ଟ୍ର ଯଥା, ଋଷ, ଚୀନ୍, ଭାରତ, ପାକିସ୍ଥାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ସମସ୍ତ ମୁଖ୍ୟମାନେ ଯୋଗଦେବେ। ଏସସିଓ, ଇରାନ, ଆଫଗାନିସ୍ତାନ, ବେଲାରୁଷ ଏବଂ ମୋଙ୍ଗୋଲିଆର 4 ଟି ପର୍ଯ୍ୟବେକ୍ଷକ ରାଜ୍ୟର ମୁଖ୍ୟମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ସଦସ୍ୟ ରାଷ୍ଟ୍ରର ନେତାମାନେ ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ।
ଆଜି ଭର୍ଚୁଆଲ SCO ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି - PM Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ପ୍ରତିନିଧୀଙ୍କ ଏସସିଓ କାଉନସିଲ୍ ଅଫ୍ ହେଡସ୍ ଅଫ୍ ଷ୍ଟେଟ୍ସର 20 ତମ ସମ୍ମିଳନୀର ନେତୃତ୍ୱ ନେବେ । ଅଧିକ ପଢନ୍ତୁ...
![ଆଜି ଭର୍ଚୁଆଲ SCO ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି](https://etvbharatimages.akamaized.net/etvbharat/prod-images/768-512-9497292-thumbnail-3x2-modi.jpg)
ଭର୍ଚୁଆଲ୍ ଫର୍ମାଟରେ ଅନୁଷ୍ଠିତ ହେବାକୁ ଥିବା ଏହା ପ୍ରଥମ ଏସସିଓ ସମ୍ମିଳନୀ ହେବ ଏବଂ ଏହା ହେଉଛି ତୃତୀୟ ବୈଠକ, ଯେଉଁଥିରେ ଭାରତ ପୂର୍ଣ୍ଣ ସଦସ୍ୟ ଭାବରେ ଅଂଶଗ୍ରହଣ କରିବ । 2005 ରେ ଭାରତକୁ ଏସସିଓର ପର୍ଯ୍ୟବେକ୍ଷକ ମାନ୍ୟତା ପ୍ରଦାନ କରାଯାଇଥିଲା ଏବଂ ଏହା 2017 ରେ ପୂର୍ଣ୍ଣ ସଦସ୍ୟ ହୋଇପାରିଥିଲା । ରାଜନୈତିକ, ସୁରକ୍ଷା, ବାଣିଜ୍ୟ, ଅର୍ଥନୈତିକ ଏବଂ ସାଂସ୍କୃତିକ ଆଦି କ୍ଷେତ୍ରରେ ସଂଗଠନ କାର୍ଯ୍ୟ କରିଥାଏ ।
ଏହି ବୈଠକରେ ଏସସିଓ ଆଞ୍ଚଳିକ ଆତଙ୍କବାଦ ନିରୋଧୀ ସଂରଚନା (SCO RATS) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ହସ୍ତକ୍ଷେପ କରିବେ। ଏହି ସମ୍ମିଳନୀ ମସ୍କୋ ଘୋଷଣାନାମା ଗ୍ରହଣ ସହିତ ଶେଷ ହେବ । ଦ୍ୱିତୀୟ ବିଶ୍ୱଯୁଦ୍ଧର 75 ତମ ବାର୍ଷିକୀ ପାଳନ, ଡିଜିଟାଲ ଅର୍ଥନୀତି, କୋଭିଡ-19, ଇଣ୍ଟରନେଟରେ ଅନ୍ତର୍ଭୁକ୍ତ ଆତଙ୍କବାଦ ବିସ୍ତାର ତଥା ଡ୍ରଗ୍ସ ବିପଦକୁ ମୁକାବିଲା କରିବା ଭଳି ପ୍ରସଙ୍ଗରେ ଏସସିଓ ଆଲୋଚନା କରିବ ।