ନୂଆଦିଲ୍ଲୀ: ଆଜି ଉତ୍କର୍ଷ ସମାରୋହକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟର ଭାରୁଚରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ମୋଦି । ରାଜ୍ୟର ଜିଲ୍ଲାଗୁଡିକରେ 4ଟି ସରକାରୀ ଯୋଜନାର ଶତପ୍ରତିଶତ କାର୍ଯ୍ୟକାରିତା ନେଇ ଏହି ସମାରୋହ ଉତ୍ସର୍ଗୀକୃତ । ସରକାରୀ ଯୋଜନା ଦ୍ବାରା ସଠିକ ସମୟରେ ଲୋକଙ୍କୁ ଆର୍ଥିକ ସହାୟତା ମିଳିପାରିଛି ।
ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ 31 ଯାଏଁ ଭାରୁଚ ପ୍ରଶାସନ ଉତ୍କର୍ଷ ଡ୍ରାଇଭ ଆରମ୍ଭ କରିଥିଲେ । ଏହାର ଲକ୍ଷ୍ୟ ଥିବା ରାଜ୍ୟର ସମସ୍ତ ଦରିଦ୍ର, ବିଧବା ଏବଂ ବାର୍ଦ୍ଧ୍ୟକ ଲୋକଙ୍କୁ ବିଭିନ୍ନ ଯୋଜନା ଜରିଆରେ ସହାୟତା ପ୍ରଦାନ କରିବା । ସେମାନେ କିପରି ସରକାରୀ ଯୋଜନାରୁ ଲାଭବାନ ହେବେ ସେ ଦିଗରେ ଦୃଷ୍ଟି ଦେବା । 4ଟି ଯୋଜନାରେ ମୋଟ 12, 854 ହିତାଧୀକାରୀ ଚିହ୍ନଟ ହୋଇଛନ୍ତି ।