ଓଡିଶା

odisha

ETV Bharat / bharat

ସଂଯୁକ୍ତ ରାଷ୍ଟ୍ର ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ - ମିଳିତ ଜାତିସଂଘ

ସଂଯୁକ୍ତ ରାଷ୍ଟ୍ରରେ ମରୁଡି, ଭୂମି ଅବନତି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Jun 14, 2021, 12:32 PM IST

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ରରେ ମରୁଡି, ଭୂମି ଅବନତି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ମିଳିତ ଜାତିସଂଘ ସାଧାରଣ ସଭାର ସଭାପତି ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, UNCCD COPର ସଭାପତିଙ୍କ ଅଧକ୍ଷତାରେ ଆଜି ସନ୍ଧ୍ୟା 7ଟା 30ରେ ଏହି ଉଚ୍ଚସ୍ତରୀୟ ବୈଠକ ବସିବ । ମିଳିତ ଜାତିସଂଘ ସାଧାରଣ ସଭାପତିଙ୍କ କାର୍ଯ୍ୟାଳୟ ଦ୍ବାରା ଜାରି ହୋଇଥିବା ଏକ ବିବୃତ୍ତିରେ ଏହା ଦର୍ଶାଯାଇଛି ଯେ, ଭୂମି ଆମ ସମାଜର ମୂଳଦୁଆ । ବିଶ୍ବ ଖାଦ୍ୟ ସୁରକ୍ଷା ନିରାପତ୍ତା ତଥା ପରିବେଶ ସ୍ବାସ୍ଥ୍ୟ କ୍ଷୁଧା, ଦାରିଦ୍ର୍ୟ ଦୂରୀକରଣ ଏବଂ ସୁଲଭ ଶକ୍ତି ଅଟେ ।

ପିଏମ ମୋଦି ସେପ୍ଟେମ୍ବର 2019ରେ ନୂଆଦିଲ୍ଲୀରେ UNCCD COPର ଉଚ୍ଚସ୍ତରୀୟ 14 ତମ ଅଧିବେଶନ ଆରମ୍ଭ କରିଥିଲେ । ଏହି ଆଲୋଚନା ଚକ୍ରରେ ଦିଲ୍ଲୀ ଘୋଷଣାନାମା ଗ୍ରହଣ କରାଯାଇ ବିଭିନ୍ନ ହିତାଧିକାରୀଙ୍କୁ ଜମି ଅବନତି ଏବଂ ମରୁଡ଼ିର ମୁକାବିଲା ପାଇଁ ପ୍ରକଳ୍ପ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ସମ୍ପ୍ରଦାୟ ପାଇଁ ଶକ୍ତି ଉପଲବ୍ଧ କରାଇବାକୁ ପ୍ରେରଣା ପ୍ରଦାନ କରାଯାଇଥିଲା ।

ଜଳବାୟୁ ଓ ମାନବ ହସ୍ତକ୍ଷେପ ଯୋଗୁଁ ଜମି ଏବଂ ମୃତ୍ତିକାର ଉତ୍ପାଦନ କ୍ଷମତା ହ୍ରାସ ପାଇବାରେ ଲାଗିଛି । ଯାହାକୁ ଜମି ଅବକ୍ଷୟ କୁହାଯାଏ । ବିଭିନ୍ନ ଜଳବାୟୁ ଏବଂ ମାନବ କାର୍ଯ୍ୟକଳାପ ସମେତ ବିଭିନ୍ନ କାରଣରୁ ଶୁଷ୍କ ଏବଂ ଅର୍ଦ୍ଧ-ଆର୍ଦ୍ର ଅଞ୍ଚଳରେ ଜମି ଶୁଖିବା ସହିତ ମରୁଭୂମିରେ ପରିଣତ ହେଉଛି । ମିଳିତ ଜାତିସଂଘ କହିଛି ଯେ ସର୍ବଭାରତୀୟ ସ୍ତରରେ ଦୁଇ ବିଲିୟନ ହେକ୍ଟରରୁ ଅଧିକ ଜମିର ଅବନତି ଘଟିଛି, ଯେଉଁଥିରେ ଅଧାରୁ ଅଧିକ କୃଷି ଜମି ରହିଛି । ଯଦି ଆମେ ମାଟିର ସଠିକ ପରିଚାଳନା କରିବା ନାହିଁ ତେବେ 2050 ସୁଦ୍ଧା 90 ପ୍ରତିଶତରୁ ଅଧିକ ଜମି ଖରାପ ହୋଇଯିବାର ଆଶଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details