ଓଡିଶା

odisha

ETV Bharat / bharat

Mann Ki Baat: ଆଜି ଦେଶବାସୀଙ୍କୁ ମନ କଥା କହିବେ ମୋଦି - ମନ କି ବାତ ନ୍ୟୁଜ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ କି ବାତ' (Maan ki Baat) କାର୍ଯ୍ୟକ୍ରମର ୮୧ତମ ସଂସ୍କରଣ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ (pm modi) । ଅଧିକ ପଢନ୍ତୁ

ଆଜି ଦେଶବାସୀଙ୍କୁ ମନର କଥା କହିବେ ମୋଦି
ଆଜି ଦେଶବାସୀଙ୍କୁ ମନର କଥା କହିବେ ମୋଦି

By

Published : Nov 28, 2021, 8:17 AM IST

ନୂଆଦିଲ୍ଲୀ:ଆଜି(ରବିବାର) ପ୍ରଧାନମନ୍ତ୍ରୀଙ୍କ ମାସିକ 'ମନ କି ବାତ'(Maan ki Baat) କାର୍ଯ୍ୟକ୍ରମ । ରେଡିଓ ମାଧ୍ୟମରେ ଆଜି ପୂର୍ବାହ୍ନ 11ଟାରେ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ମୋଦିଙ୍କ (pm modi) ଏହି ମନ କି ବାତ କାର୍ଯ୍ୟକ୍ରମର ଆଜି ହେଉଛି ୮୩ତମ ସଂସ୍କରଣ । ଏହା ବର୍ଷର ଦ୍ବିତୀୟ ଶେଷ ସଂସ୍କରଣ । ଏହା ପରେ ଆଉ ଗୋଟିଏ ମନ କି ବାତ୍ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ମତାମତ ଏବଂ ପରାମର୍ଶ ଦେବାକୁ କହିଛନ୍ତି । ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ ଏହି ମାସର ମନ୍ କି ବାଟ୍ କାର୍ଯ୍ୟକ୍ରମ ପାଇଁ ସମ୍ଭାବ୍ୟ ବିଷୟ ଉପରେ ଲୋକଙ୍କ ମତାମତ ଚାହୁଁଛନ୍ତି । ପରାମର୍ଶ ପଠାଇବାକୁ MyGov, NaMo ଆପରେ ଆପଣଙ୍କର ବାର୍ତ୍ତା ରେକର୍ଡ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ |

ଏହି କାର୍ଯ୍ୟକ୍ରମର ପ୍ରଥମ ଏପିସୋଡ ୨୦୧୪ ଅକ୍ଟୋବରରେ ପ୍ରସାରିତ ହୋଇଥିଲା । ଏହା ପୂର୍ବରୁ ଅକ୍ଟୋବର ୨୪ରେ ମୋଦି ୮୨ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଥିଲେ । କାର୍ଯ୍ୟକ୍ରମରେ ଓଡିଶାର ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ସ୍ମରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ, ନଭେମ୍ବର 15ରେ ଦେଶର ମହାପୁରୁଷ, ବୀର ଯୋଦ୍ଧା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । ଭଗବାନ ବିର୍ସା ମୁଣ୍ଡା ଆମର ପ୍ରେରଣା ବୋଲି କହିଥିଲେ ମୋଦି ।

ଭଗବାନ ବିର୍ସା ମୁଣ୍ଡାଙ୍କୁ ଧରିତ୍ରୀ ପିତା କୁହାଯାଏ । ଭଗବାନ ବିର୍ସା ମୁଣ୍ଡା ଯେଭଳି ଭାବରେ ନିଜ ସଂସ୍କୃତି, ଜଙ୍ଗଲ, ମାଟିର ରକ୍ଷା ପାଇଁ ସଂଘର୍ଷ କରିଥିଲେ, ତାହା କେବଳ ଧରିତ୍ରୀର ଜନକ ହିଁ କରିପାରେ । ସେ ସେ ନିଜ ସଂସ୍କୃତି ଓ ଏହାର ମୂଳ ଆଧାର ପ୍ରତି ଗର୍ବ କରିବା ଶିଖାଇଥିଲେ ବୋଲି କହିଥିଲେ ମୋଦି । ଏହା ସହିତ ସ୍ବଚ୍ଛ ଭାରତ ଅଭିଯାନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ମନ କି ବାତ ପ୍ରଧାନମନ୍ତ୍ରୀଙ୍କ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ । 'ମନ କି ବାତ' କାର୍ଯ୍ୟକ୍ରମ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ପକ୍ଷରୁ ପ୍ରତି ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details