ଓଡିଶା

odisha

ETV Bharat / bharat

TRAI Silver Jubilee: ସମାରୋହକୁ ସମ୍ବୋଧିତ କରିବେ PM ମୋଦି - ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ

ଆଜି ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର(TRAI) ରୋପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଜି TRAIର ରୋପ୍ୟ ଜୟନ୍ତୀ ଉତ୍ସବକୁ ସମ୍ବୋଧିତ କରିବେ ମୋଦି
ଆଜି TRAIର ରୋପ୍ୟ ଜୟନ୍ତୀ ଉତ୍ସବକୁ ସମ୍ବୋଧିତ କରିବେ ମୋଦି

By

Published : May 17, 2022, 7:15 AM IST

ନୂଆଦିଲ୍ଲୀ:ଆଜି ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର(TRAI) ରୋପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧନ କରିବେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଏକ ଡାକ ଷ୍ଟାମ୍ପ ପ୍ରକାଶ କରିବେ । ଏନେଇ PMO କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏକ 5G ଟେଷ୍ଟ ବେଡ୍‌ ମଧ୍ୟ ଲଞ୍ଚ କରିବେ ମୋଦି, ଯାହା ମଲ୍ଟି-ଇନଷ୍ଟିଚ୍ୟୁଟ୍ ସହଯୋଗୀ ପ୍ରକଳ୍ପ ଭାବରେ IIT ମାଡ୍ରାସର ନେତୃତ୍ୱାଧୀନ ମୋଟ 8ଟି ଅନୁଷ୍ଠାନ ଦ୍ବାରା ନିର୍ମିତ ହୋଇଛି ।

ଏହି ପ୍ରକଳ୍ପରେ ସାମିଲ ଥିବା ଅନୁଷ୍ଠାନ ଗୁଡିକ ହେଉଛି ଆଇଆଇଟି ଦିଲ୍ଲୀ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଏସସି ବାଙ୍ଗାଲୋର, ସୋସାଇଟି ଫର ଆପ୍ଲାଏଡ୍ ମାଇକ୍ରୋୱେଭ୍ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ (SAMEER) ଏବଂ ବେତାର ପ୍ରଯୁକ୍ତିବିଦ୍ୟା (CEWiT) ଅନ୍ତର୍ଭୁକ୍ତ । 220 କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଟେଷ୍ଟ ବେଡ୍ ଭାରତୀୟ ଶିଳ୍ପ ଏବଂ ଷ୍ଟାର୍ଟଅପ୍ ପାଇଁ ଏକ ସହାୟକ ଇକୋସିଷ୍ଟମ୍ ସକ୍ଷମ କରିବ ଯାହା ସେମାନଙ୍କୁ 5G ଏବଂ ପରବର୍ତ୍ତୀ ପିଢୀ ପାଇଁ ଟେକ୍ନୋଲୋଜିରେ ସେମାନଙ୍କର ଉତ୍ପାଦ, ପ୍ରୋଟୋଟାଇପ୍, ସମାଧାନ ଏବଂ ଆଲଗୋରିଦମକୁ ବୈଧତା କରିବାରେ ସାହାଯ୍ୟ କରିବ । 1997ରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଆକ୍ଟ ମାଧ୍ୟମରେ TRAI ପ୍ରତିଷ୍ଠା କରାଯାଇଥିଲା ।

ABOUT THE AUTHOR

...view details