ଓଡିଶା

odisha

ETV Bharat / bharat

ମନ କି ବାତରେ ମୋଦିଙ୍କ ଉଦବୋଧନ: ଜଳ ଜୀବନ ଓ ବିକାଶର ଧାରା - radio programme mann ki baat

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ମାସିକ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାକୁ ମୋଦି ଆହ୍ବାନ କରିଛନ୍ତି । ଅଧିକ ପଢନ୍ତୁ...

ମନ କି ବାତରେ ମୋଦିଙ୍କ ଉଦବୋଧନ
ମନ କି ବାତରେ ମୋଦିଙ୍କ ଉଦବୋଧନ

By

Published : Feb 28, 2021, 1:32 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ମାସିକ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାକୁ ମୋଦି ଆହ୍ବାନ କରିଛନ୍ତି । ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣ ସମସ୍ତଙ୍କୁ ପ୍ରୟାସ କରିବା ବୋଲି ଜରୁରୀ ବୋଲି ମୋଦି କହିଛନ୍ତି । ଜଳ ଆମର ଜୀବନ ଓ ଆସ୍ଥା । ବର୍ଷା ଜଳକୁ ନଷ୍ଟ ନ କରି ତାହାର ସଠିକ ବ୍ୟବହାର କରିବାକୁ ପିଏମ ପରାମର୍ଶ ଦେଇଛନ୍ତି ।

ମାଘ ପୂର୍ଣ୍ଣିମା ଉଦାହରଣ ଦେଇ ମୋଦି ପାଣିର ମହତ୍ବ ବୁଝାଇଥିଲେ । ମାଘ ମାସରେ ବିଶେଷ ରୂପରେ ନଦୀ, ପୁଷ୍କରଣୀ ଭଳି ଜଳ ସମ୍ପଦ ଉପରେ ନିର୍ଭର କରେ । ଏହି ମାସରେ ଜଳାସ୍ନାନ କଲେ ପବିତ୍ର କୁହାଯିବା ସହ ଏହା ଆମର ପରମ୍ପରା ରହିଆସିଛି ବୋଲି ମୋଦି କହିଥିଲେ । ନଦୀ ତଟରୁ ହିଁ ବିକାଶ ଆରମ୍ଭ ହୋଇଛି । ଜୀବନ ଓ ବିକାଶ ପାଇଁ ପାଣି ଏକାନ୍ତ ଆବଶ୍ୟକ । କାଜିରଙ୍ଗା ଜାତୀୟ ଉଦ୍ୟାନରେ 112ଟି ପ୍ରଜାତି ଦେଖାଦେଇଥିଲା । ଯାହାର କାରଣ ଜଳ ସଂରକ୍ଷଣ ବୋଲି ପିଏମ କହିଛନ୍ତି ।

ଏହାସହ ମୋଦି ଆଜି ବିଜ୍ଞାନ ଦିବସରେ ଶୁଭେଚ୍ଛା ଜଣାଇଥିଲେ । ଏହି ଦିନ ବୈଜ୍ଞାନିକ ଡ. ଭିସି ରମଣ ଙ୍କ ‘ରମଣ ଇଫେକ୍ଟ’ ଆବିଷ୍କାର ପାଇଁ ଉତ୍ସର୍ଗିକୃତ । ସମସ୍ତ ଯୁବପିଢିଙ୍କୁ ଭାରତୀୟ ବୈଜ୍ଞାନିକଙ୍କ ବିଷୟରେ ପଢିବାକୁ କହିଛନ୍ତି । ଦେଶବାସୀ ଆତ୍ମନିର୍ଭର ହେବାକୁ ଚେଷ୍ଟା କରୁଛନ୍ତି ବୋଲି ମୋଦି କହିଥିଲେ । ଦିଲ୍ଲୀର ଏଲଇଟି ବଲବରେ କାମ କରୁଥିବା ପ୍ରମୋଦ ନିଜ ଉଦ୍ୟମରେ ବଲବ ଉତ୍ପାଦନ କରିବା ସହ ଏକ ଛୋଟିଆ ୟୁନିଟ ମଧ୍ୟ ଖୋଲିଛନ୍ତି ଆତ୍ମନିର୍ଭର ହୋଇପାରିଛନ୍ତି ।

ଅନ୍ୟପଟେ, ମୋଦି ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ତାଲିମ ଭାଷା ଶିଖି ନପାରିଥିବାରୁ ଦୁଃଖ ଅନୁଭବ କରିଥିଲେ । ମୋଦି କହିଛନ୍ତି ମୁଁ ଦୁଃଖ ଅନୁଭବ କରୁଛି ଯେ, ଦୁନିଆ ସର୍ବ ପୁରାତନ ଭାଷା ତାମିଲ ଶିକ୍ଷା କରିପାରିଲି ନାହିଁ । ତାମିଲ ସାହିତ୍ୟ ଅତ୍ୟନ୍ତ ସୁନ୍ଦର ବୋଲି ପିଏମ କହିଥିଲେ ।

କୋଭିଡ କଟକଣା ମଧ୍ୟରେ ବୋର୍ଡ ପରୀକ୍ଷା ଦେବେ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ବେଳେବେଳେ ବହୁତ ଛୋଟ ଓ ସାଧାରଣ ପ୍ରଶ୍ନର ଉତ୍ତର ମିଳେନା । ଏହି ପ୍ରଶ୍ନର ଉତ୍ତର ଲମ୍ବା ନୁହେଁ ସହଜ ହୋଇଥାଏ । କିନ୍ତୁ ଏହା ଆମକୁ ଚିନ୍ତିତ କରିଥାଏ । ତେଣୁ ପରୀକ୍ଷାକୁ ନେଇ ପିଲାମାନେ ଚିନ୍ତିତ ନ ହୋଇ ଯୋଦ୍ଧା ହେବାକୁ କହିଛନ୍ତି ମୋଦି ।

ABOUT THE AUTHOR

...view details