ଓଡିଶା

odisha

ETV Bharat / bharat

ଆଜି ବର୍ଷର ପ୍ରଥମ Mann Ki Baat କାର୍ଯ୍ୟକ୍ରମ, ମନ କଥା କହିବେ ମୋଦି - ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ

ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 85th edition of Mann Ki Baat) । ପୂର୍ବାହ୍ନ 11ଟା 30ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଅଧିକ ପଢନ୍ତୁ

ଆଜି ବର୍ଷର ପ୍ରଥମ Mann ki Baat କାର୍ଯ୍ୟକ୍ରମ
ଆଜି ବର୍ଷର ପ୍ରଥମ Mann ki Baat କାର୍ଯ୍ୟକ୍ରମ

By

Published : Jan 30, 2022, 7:08 AM IST

ନୂଆଦିଲ୍ଲୀ: ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 85th edition of Mann Ki Baat) । ପୂର୍ବାହ୍ନ 11ଟା 30ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥି ପାଳନ ପରେ ମନ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷର ଏହା ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ । ଏହା 85ତମ ସଂସ୍କରଣ ।

ଏହା କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ଗତ ବର୍ଷ ଡିସେମ୍ବର ୨୬ରେ ଶେଷ ଥର ପାଇଁ ଦେଶବାସୀଙ୍କୁ ମନର କଥା କହିଥିଲେ ମୋଦି ।

ଉକ୍ତ କାର୍ଯ୍ୟକ୍ରମରେ ମହାମାରୀ ବିଷୟରେ ଅନେକ କଥା କହିବା ସହତ ବାୟୁ ବୀର ବରୁଣ ସିଂହଙ୍କୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଚଳିତ ବର୍ଷରେ ଏହା ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ହୋଇଥିବାରୁ ଦେଶର ନାଗରିକମାନେ ସେମାନଙ୍କ ମତାମତ ବାଣ୍ଟିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୋଦି । ଏହା ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯାହା ପ୍ରତି ମାସ ଶେଷ ରବିବାର ଅନୁଷ୍ଠିତ ହୋଇଥାଏ ।

ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ଏହା ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ସେମାନଙ୍କ ମତ ମଧ୍ୟ ମାଗିଥାନ୍ତି । ଆଜିର ଏହି ଏପିସୋଡ ପାଇଁ ବିଭିନ୍ନ ଅଞ୍ଚଳରୁ ଅନେକ ମତ ପାଇଛନ୍ତି ଯେଉଁମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

୨୦୧୪ ଅକ୍ଟୋବର ୩ରେ ମନ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ଶେଷ ମନ କି ବାତ କାର୍ଯ୍ୟକ୍ରମରେ ଲୋକଙ୍କୁ ସ୍ବଚ୍ଛ ଭାରତ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଶୃଙ୍ଖଳା, ସଚେତନତା ଏବଂ ନିଷ୍ଠା ଦ୍ୱାରା ସ୍ୱଚ୍ଛତାର ସମାଧାନ ହେବ ।

@ANI

ABOUT THE AUTHOR

...view details