ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ମଧ୍ୟାହ୍ନ 12ଟାରେ ବି20 ଶିଖର ସମ୍ମିଳନୀ ଭାରତ 2023କୁ ସମ୍ବୋଧିତ କରିବେ । ଏନେଇ ପିଏମଓ ଏକ୍ସ ହ୍ୟାଣ୍ଡେଲରୁ ସୂଚନା ମିଳିଛି । ଆର୍ଥିକ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଏହି ସମ୍ମିଳନୀ ସମସ୍ତଙ୍କୁ ଏକାଠୀ କରିବ । ଏହି ସମ୍ମିଳନୀର ଫୋକସ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ରହିଛି ।
ବି20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି,'' ଅଗଷ୍ଟ 27 ତାରିଖ ଅପରାହ୍ନ 12ଟାରେ ବି20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବି । ଏହି ପ୍ଲାଟଫର୍ମ ବ୍ୟବସାୟ ଜଗତରେ କାମ କରୁଥିବା ଲୋକଙ୍କୁ ଏକାଠୀ କରିଛି । ଏହା ସବୁଠୁ ମହତ୍ତ୍ବପୂର୍ଣ୍ଣ ଜି20 ସମୂହ ମଧ୍ୟରୁ ଗୋଟିଏ । ଏହି ସମ୍ମିଳନୀର ଫୋକସ ବିଶେଷ କରି ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ରହିବ ।''
ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶିଖର ସମ୍ମିଳନୀରେ ବିଶ୍ବର କୋଣଅନୁକୋଣରୁ ବ୍ୟବସାୟୀ ଯୋଡି ହେବେ । ପାଖାପାଖି 50 ଦେଶରୁ 1,500 ପ୍ରତିନିଧି ସାମିଲ ହେବେ । ଅର୍ଥନୀତି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଶନିବାର ବି20ର ଏକ କାର୍ଯ୍ୟକ୍ରମରେ ବ୍ୟବସାୟୀଙ୍କୁ ସମ୍ବୋଧିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି,'' ବ୍ରିଟେନ ସହିତ ମୁକ୍ତ ବ୍ୟବସାୟ ବୁଝାମଣା (Free Trade Agreement) (ଏଫଟିଏ) ସମ୍ପର୍ଣ୍ଣ ହେବାର ନିକଟତର ହୋଇଛୁ । କାନାଡା ସହିତ ବ୍ୟବସାୟ ବୁଝାମଣା ଶୀଘ୍ର ଶେଷ ହେବାର ଆଶା କରାଯାଉଛି ।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଗତ କିଛି ଦିନ ହେବ ଅଷ୍ଟ୍ରେଲିଆ ଏବଂ ୟୁଏଇ ସମେତ ଅନେକ ଦେଶ ସହିତ ଏଫଟିଏ ସ୍ବାକ୍ଷର କରିଛି । ବିଭିନ୍ନ ଦେଶ ସହିତ ବ୍ୟବସାୟ ବୁଝମଣାକୁ ଶେଷ କରିବାକୁ ଅର୍ଥମନ୍ତ୍ରଣାଳୟ ଓ ବାଣିଜ୍ୟ ମନ୍ତ୍ରଣାଳୟ ଏକାଠୀ କାମ କରୁଛନ୍ତି । ପଶ୍ଚିମ ଦେଶରେ ଏଫଟିଏଫ ଉପରେ ସହମତି ଏହା ଦର୍ଶାଉଛି କି ଭାରତ ଏହି ପରି ଅନେକ ବୁଝାମଣା ପାଇଁ ପ୍ରସ୍ତୁତ ।''