ଓଡିଶା

odisha

By

Published : Dec 26, 2021, 7:10 AM IST

ETV Bharat / bharat

ଆଜି ବର୍ଷର ଶେଷ Mann Ki Baat କାର୍ଯ୍ୟକ୍ରମ, ମନର କଥା କହିବେ ମୋଦି

ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 84th edition of Mann Ki Baat) । ପୂର୍ବାହ୍ନ 11ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଅଧିକ ପଢନ୍ତୁ

ଆଜି ବର୍ଷର ଶେଷ 'ମନ କି ବାତ' କାର୍ଯ୍ୟକ୍ରମରେ ମନର କଥା କହିବେ ମୋଦି
ଆଜି ବର୍ଷର ଶେଷ 'ମନ କି ବାତ' କାର୍ଯ୍ୟକ୍ରମରେ ମନର କଥା କହିବେ ମୋଦି

ନୂଆଦିଲ୍ଲୀ:ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 84th edition of Mann Ki Baat) । ପୂର୍ବାହ୍ନ 11ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ସହିତ ଜଡିତ କିଛି କାହାଣୀ ବିଷୟରେ ଉଲ୍ଲେଖ୍ୟ କରିବେ ପ୍ରଧାନମନ୍ତ୍ରୀ । ଆଜି ଏହି ମନ କି ବାତ୍ କାର୍ଯ୍ୟକ୍ରମର 84ତମ ସଂସ୍କରଣ । ଚଳିତ ବର୍ଷର ଏହା ଶେଷ ମନ କି ବାତ କାର୍ଯ୍ୟକ୍ରମ ।

ଏହା ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯାହା ପ୍ରତି ମାସ ଶେଷ ରବିବାର ଅନୁଷ୍ଠିତ ହୋଇଥାଏ । ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ଏହା ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ସେମାନଙ୍କ ମତ ମଧ୍ୟ ମାଗିଥାନ୍ତି । ଆଜିର ଏହି ଏପିସୋଡ ପାଇଁ ବିଭିନ୍ନ ଅଞ୍ଚଳରୁ ଅନେକ ମତ ପାଇଛନ୍ତି ଯେଉଁମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରକାଶ ଥାଉ କି ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୨୮ରେ ଦେଶବାସୀଙ୍କ ସହିତ କଥା ହୋଇଥିଲେ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଭାରତର ବିଜୟକୁ ୫୦ ବର୍ଷ ପୂର୍ତ୍ତୀ ନେଇ ଦେଶର ସଶସ୍ତ୍ର ବାହିନୀଙ୍କୁ ପ୍ରଶଂସା କରିଥିଲେ । ୨୦୧୪ ଅକ୍ଟୋବର ୩ରେ ମନ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details