ନୂଆଦିଲ୍ଲୀ:ଆଜି(ରବିବାର) ପ୍ରଧାନମନ୍ତ୍ରୀଙ୍କ ମାସିକ 'ମନ କି ବାତ' କାର୍ଯ୍ୟକ୍ରମ । ରେଡିଓ ମାଧ୍ୟମରେ ଆଜି ପୂର୍ବାହ୍ନ 11ଟାରେ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ମୋଦିଙ୍କ ଏହି ମନ କି ବାତ କାର୍ଯ୍ୟକ୍ରମର ଆଜି ହେଉଛି ୮୧ତମ ସଂସ୍କରଣ । ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ବେଳେ ଗତକାଲି ଯାତ୍ରା ଶେଷ କରି ଫେରିଛନ୍ତି । ଆମେରିକା ଗସ୍ତ ସରିବା ପରେ ଆଜି ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ରହିଛି । ଆଜିର କାର୍ଯ୍ୟକ୍ରମରେ ମୋଦି ପାରାଅଲମ୍ପିକ୍ସରେ ଦେଶର ଖେଳାଳିଙ୍କ ପ୍ରଦର୍ଶନ, ଆମେରିକା ଗସ୍ତରେ ବାଇଡେନଙ୍କ ସହ ଆଲୋଚନା ବିଷୟରେ ଆଜି ଆଲୋଚନା କରିପାରନ୍ତି । ସେହିପରି କୋରୋନାର ତୃତୀୟ ଲହର, ଦେଶରେ ଟୀକାକରଣକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମନର କଥା କହିବେ ।