ଓଡିଶା

odisha

ETV Bharat / bharat

ଜାନୁଆରୀ 3ରେ ISCକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ - ଭାରତୀୟ ବିଜ୍ଞାନ କଂଗ୍ରେସ

ଜାନୁଆରୀ 3 ତାରିଖରେ 108 ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ (Indian science congress) । ଅଧିକ ପଢନ୍ତୁ

ଜାନୁଆରୀ 3ରେ ISCକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ଜାନୁଆରୀ 3ରେ ISCକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

By

Published : Jan 1, 2023, 5:32 PM IST

ନୂଆଦିଲ୍ଲୀ:ଜାନୁଆରୀ 3 ତାରିଖରେ 108 ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । VC(Video Conferencing) ଜରିଆରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ମିଳିଥିବା ସୂଚନାଅନୁସାରେ ଚଳିତ ଭାରତୀୟ ବିଜ୍ଞାନ କଂଗ୍ରେସ ବିଷୟବସ୍ତୁ ରହିଛି ମହିଳା ସଶକ୍ତୀକରଣ ଦ୍ବାରା 'ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା'ର ଉନ୍ନତି ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦିଗରେ ସଫଳତା ହାସଲ କରିବା, ମହିଳା ସଶକ୍ତୀକରଣ ଉପରେ ଆଲୋଚନା ହେବ । ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଅଫିସିଆଲ କାର୍ଯ୍ୟକ୍ରମ ହେବ । ବାୟୋ-ଇକୋନୋମିରେ ଉନ୍ନତି ଆଣିବା ଏବଂ ଯୁବକମାନଙ୍କୁ କୃଷି ପ୍ରତି ଆକର୍ଷିତ କରିବା ପାଇଁ କୃଷକ ବିଜ୍ଞାନ କଂଗ୍ରେସ ଏକ ପ୍ଲାଟଫର୍ମ ଯୋଗାଇବ । ଆଦିବାସୀ ବିଜ୍ଞାନ କଂଗ୍ରେସ ମଧ୍ୟ ଅନୁଷ୍ଠିତ ହେବ । ଯାହାକି ଆଦିବାସୀ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେବା ସହିତ ଆଦିବାସୀ ପ୍ରାଚୀନ ଜ୍ଞାନ ପ୍ରଣାଳୀ ଏବଂ ଅଭ୍ୟାସର ବୈଜ୍ଞାନିକ ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ହେବ । ଏହି ଅଧିବେଶନରେ ବିଭିନ୍ନ କାର୍ଯ୍ୟକ୍ରମ ହେବ ।

କଂଗ୍ରେସର ପ୍ରଥମ ଅଧିବେଶନ 1914ରେ ଅନୁଷ୍ଠିତ ହୋଇଥିଲା। ISCର 108 ତମ ବାର୍ଷିକ ଅଧିବେଶନ ରାଷ୍ଟାଣ୍ଟ ତୁକାଦୋଜି ମହାରାଜ ନାଗପୁର ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ । ଯାହାକି ଚଳିତ ବର୍ଷ ମଧ୍ୟ ଏହା ତାର ଶତବାର୍ଷିକୀ ପାଳନ କରୁଛି । ପୂର୍ବବର୍ଷ ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା 107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

...view details