ଓଡିଶା

odisha

ETV Bharat / bharat

Mann Ki Baat: ଆଜି 106ତମ ମନ୍ କି ବାତ୍ ଏସିସୋଡ, ମନ କଥା କହିବେ ମୋଦି - ମନ୍ କି ବାତ୍

ଆଜି ପ୍ରଧାନମନ୍ତ୍ରୀଙ୍କ 106ତମ ମନ୍ କି ବାତ୍ ମାସିକ ରେଡିଓ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Mann Ki Baat
ମନ୍ କି ବାତ୍

By ETV Bharat Odisha Team

Published : Oct 29, 2023, 7:06 AM IST

ନୂଆଦିଲ୍ଲୀ: ଆଜି ଚଳିତ ମାସର ଶେଷ ରବିବାର । 140 କୋଟି ଭାରତୀୟ ଉତ୍କଣ୍ଠାର ସହ ଏହି ଦିନକୁ ଅପେକ୍ଷା କରିଥାନ୍ତି । କାରଣ ପ୍ରତି ମାସ ଶେଷ ରବିବାର ଦିନ ଦେଶବାସୀଙ୍କୁ ମନ କଥା କହିଥାନ୍ତି ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମନ କଥା କୁହନ୍ତି ମୋଦି । ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ଏହା 106ତମ ଏପିସୋଡ । ପୂର୍ବାହ୍ନ 11ଟାରେ ଏହି ରେଡିଓ କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ । ଦେଶ ବିଦେଶିରେ ପ୍ରଧାନମନ୍ତ୍ରୀଙ୍କର ଏହି ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି ।

ମନ୍ କି ବାତ୍ କାର୍ଯ୍ୟକ୍ରମର 23 କୋଟି ଲେଗୁଲାର ଶ୍ରୋତା ରହିଥିବା ଏକ ରିପୋର୍ଟରୁ ଜଣାପଡିଛି । ଏହା ସହ ଅନନ୍ତ 100 କୋଟି ଲୋକ ଥରେ ଏହି କାର୍ଯ୍ୟକ୍ରମକୁ ଶୁଣିବାର ରେକର୍ଡ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମାସର ଶେଷ ରବିବାରକୁ ଅପେକ୍ଷା କରିଥାନ୍ତି ଦେଶବାସୀ । ରିପୋର୍ଟ ଅନୁସାରେ ଆଜି 106ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ କିଛି ବିଶେଷ ବିଷୟ ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଡେପି ନଡ୍ଡା ବିଧାନସଭା ନିର୍ବାଚନୀ ମୁହାଁ ଛତିଶଗଡର ଅମଲିଡିହ 52 ନମ୍ବର ବୁଥରୁ ଶୁଣିବେ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ...Mann Ki Baat: 'ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି ଜି 20 ସମ୍ମିଳନୀ'

ଗତ ସେପ୍ଚେମ୍ବର 24 ତାରିଖରେ 105ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଥିଲେ ପ୍ରଧାମନ୍ତ୍ରୀ । ଏହି ଏପିସୋଡ୍‌ରେ ଚନ୍ଦ୍ରଯାନ 3 ସଫଳତା, ନୂଆଦିଲ୍ଲୀରେ ଆୟୋଜିତ ଜି20 ଶିଖର ସମ୍ମିଳନୀ ବିଷୟରେ କହିବା ସହ ଜର୍ମାନୀର 21 ବର୍ଷୀୟ ଦିବ୍ୟାଙ୍ଗ କୌସମି ଯାହାଙ୍କର ଭାରତୀୟ ସଂଙ୍ଗୀତ ପ୍ରତି ଅତୁଟ ଭଲ ପାଇବା ରହିଛି ସେ ବିଷୟରେ କହିଥିଲେ ।

ଏହା ବି ପଢନ୍ତୁ...Rozgar Mela: 51 ହଜାର ଆଶାୟୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରକାଶ ଥାଉ କି, ପ୍ରତି ମାସ ଶେଷ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମନ କଥା କହିଥାନ୍ତି । 2014 ଅକ୍ଟୋବରର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ପ୍ରଥମ ଏପିସୋଡ୍‌ 14 ମିନିଟର ପ୍ରସାରିତ ହୋଇଥିଲା । 2015 ଜୁନ୍‌ରେ ଏସିସୋଡ୍‌ ସମୟ ବଢ଼ି 30 ମିନିଟ୍‌ ହୋଇଥିଲା । ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ପ୍ରତିମାସ ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ମନ କଥା ଶୁଣିଥାଆନ୍ତି ଦେଶବାସୀ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହିବା ସହ ସ୍ବଚ୍ଛତା ଅଭିଯାନ ସହ ଜଡିତ କଥା କହିଥାନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details