ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ରେଡିଓ କାର୍ଯ୍ୟକ୍ରମର ଏହା 101ତମ ସଂସ୍କରଣ । ଗତମାସରେ ସେଞ୍ଚୁରୀ ମାରିଥିଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଆଜି (ରବିବାର) 101ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣକୁ ଲୋକ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗତ ମାସରେ ରେଡିଓ କାର୍ଯ୍ୟକ୍ରମ 100 ଏପିସୋଡ ପୂରଣ କରିଥିଲା । ଏହା ଅଧିକ ଗୁରୁତ୍ବ ବହନ କରିଥିଲା । 2023 ଏପ୍ରିଲ 30 ତାରିଖରେ ତାରିଖରେ ବର୍ଷର ଚତୁର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା 100ତମ ଏପିସୋଡ ହୋଇଥିବାରୁ କାର୍ଯ୍ୟକ୍ରମଟି ସ୍ବତନ୍ତ୍ର ଥିଲା ।
ମନ୍ କି ବାତ୍ କାର୍ଯ୍ୟକ୍ରମର 100ତମ ଏପିସୋଡ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମନ କି ବାତ୍ କାର୍ଯ୍ୟକ୍ରମ ମୋ ପାଇଁ କେବଳର ଏକ କାର୍ଯ୍ୟକ୍ରମ ନୁହେଁ ଏହା ବିଶ୍ବାସ, ଆସ୍ଥା, ପୂଜା ଓ ବ୍ରତ । ଏହି କାର୍ଯ୍ୟକ୍ରମ କୋଟି କୋଟି ଜନତାଙ୍କ ଭାବନା । ଦେଶବାସୀଙ୍କ ସଫଳତାର ବାର୍ତ୍ତା ମନ୍ କି ବାତ୍ । ସାଧାରଣ ଲୋକଙ୍କ ସହ ଯୋଡି ହେବାର ମାଧ୍ୟମ ମନ୍ କି ବାତ୍ । ଦେଶବାସୀଙ୍କ ସହ ମନ୍ କି ବାତ୍ ବାନ୍ଧି ରଖିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ସହ ଦେଶର ଆତ୍ମା ନୂଆ ସଂସଦ ଭବନ ଲୋକାର୍ପଣ ହେବାକୁ ଯାଉଛି ଫଳରେ ଏହାକୁ ଅଧିକ ଗୁରୁତ୍ବ ରହିଛି ।