ନୂଆଦିଲ୍ଲୀ:ଆଜି ସେଞ୍ଚୁରୀ ମାରିବମନ୍ କି ବାତ୍ । 100 ଏପିସୋଡ ପୂରଣ କରିବାକୁ ଯାଉଛି ମନ୍ କି ବାତ୍ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ କାର୍ଯ୍ୟକ୍ରମର 100ତମ ସଂସ୍କରଣ ଆଜି ପ୍ରସାରିତ ହେବ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଦେଶବାସୀ ଶୁଣିଥାନ୍ତି । 100ତମ ସଂସ୍କରଣ ହୋଇଥିବାରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ଜାତିସଂଘ ମୁଖ୍ୟାଳୟରେ ପ୍ରସାରିତ ହେବ: ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ମନ୍ କି ବାତର ସିଧାପ୍ରସାରଣ ହେବ । ଜାତିସଂଘରେ ଅବସ୍ଥାପିତ ଭାରତୀୟ ସ୍ଥାୟୀ ମିଶନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ମୁଖ୍ୟାଳୟ ଟ୍ରଷ୍ଟିସିପ କାଉନସିଲ ଚାମ୍ବରରେ ଏହା ଶୁଣାଯିବ । ଜାତିସଂଘରୁ ମନ୍ କି ବାତର 100ତମ ଏପିସୋଡ ସିଧାପ୍ରସାରଣ ଐତିହାସିକ ହେବ । ଏହି କାର୍ଯ୍ୟକ୍ରମ ଏକ ପରମ୍ପରା ସମାନ ହୋଇଛି । ପ୍ରତି ମାସ ଶେଷ ରବିବାର ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ଚାତକ ପରି ଲୋକ ଚାହିଁ ବସିଥାନ୍ତି । 2014ରୁ ଅକ୍ଟୋବର 3ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ସେଞ୍ଚୁରୀ ମାରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର 100ତମ ସଂସ୍କରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟସ୍ ଶୁଭେଚ୍ଛା ଜଣାଇଛନ୍ତି । ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଓ ନିରନ୍ତର ବିକାଶ ଲକ୍ଷ୍ୟ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ପକାଇଛି ବୋଲି ଟ୍ବିଟ କରି କହିଛନ୍ତି ବିଲ ଗେଟସ ।