ଓଡିଶା

odisha

ETV Bharat / bharat

Engineers Dayରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ଆଜି ଜାତୀୟ ଇଞ୍ଜିନିୟର ଦିବସ ବା ଯନ୍ତ୍ରୀ ଦିବସ । ଏହି ଅବସରରେ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

By

Published : Sep 15, 2021, 2:24 PM IST

Engineers Dayରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Engineers Dayରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଜାତୀୟ ଇଞ୍ଜିନିୟର ଦିବସ ବା ଯନ୍ତ୍ରୀ ଦିବସ । ଏହି ଅବସରରେ ସମସ୍ତ ପରିଶ୍ରମୀ ଇଞ୍ଜିନିୟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉନ୍ନତ ବୈଷୟିକ ଜ୍ଞାନ କୌଶଳରେ ସବୁ କିଛି ସୁନ୍ଦର କରିବାରେ ଇଞ୍ଜିନିୟରମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ଇଂ ଏମ ବିଶ୍ବେଶରାୟାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୋଦି । ଯାହାଙ୍କର ଜନ୍ମବାର୍ଷିକୀକୁ 'ଇଞ୍ଜିନିୟର୍ସ ଡେ' ଭାବରେ ପାଳନ କରାଯାଏ । ତାଙ୍କୁ ସମ୍ମାନ ଜଣାଇବା ପାଇଁ ଭାରତ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 15 ରେ ଇଞ୍ଜିନିୟର୍ସ ଦିବସ ପାଳନ କରିଥାଏ । ତାଙ୍କର ସଫଳତାକୁ ଆଜି ସାରା ଦେଶ ମନେ ପକାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ କୌଣସି ଶଦ୍ଦ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

15 ସେପ୍ଟେମ୍ବର 1860 ମସିହାରେ ମହୀଶୂରରେ ବିଶେଶ୍ବରାୟଙ୍କର ଜନ୍ମ । ପିଲାଟି ବେଳୁ ପିତାଙ୍କୁ ହରାଇଥିଲେ ସେ । ଏହାପରେ ପରିବାର ସହ ସେ କର୍ଣ୍ଣାଟକରେ ଜୀବନ ବିତାଇଛନ୍ତି । କଲେଜ ପରେ ସେ ବମ୍ବେ ବିଶ୍ବବିଦ୍ୟାଳୟରେ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ପରେ PWDରେ କାମ କରିଥିଲେ ।

1912-1918 ପର୍ଯ୍ୟନ୍ତ ସେ ଇଞ୍ଜିନିୟର ଭାବେ କାମ କରିଛନ୍ତି । ତାଙ୍କ ପରିଶ୍ରମ ଓ କର୍ମ ପାଇଁ 1955 ମସିହାରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । କିଙ୍ଗ ଜର୍ଜ ପଞ୍ଚମ ତାଙ୍କୁ ବ୍ରିଟିଶ ଇଣ୍ଡିଆନ ଏମ୍ପାୟାରର ଉପାଧି ପ୍ରଦାନ କରିଥିଲେ । ଏପରିକି ତାଙ୍କ ଅବଦାନକୁ ସ୍ମରଣ କରିବା ଲାଗି ଶ୍ରୀଲଙ୍କା ଏବଂ ତାଞ୍ଜାନିଆରେ ତାଙ୍କ ଜନ୍ମଦିନକୁ ଯନ୍ତ୍ରୀ ଦିବସ ଭାବରେ ପାଳନ କରାଯାଉଛି ।

ABOUT THE AUTHOR

...view details