ଓଡିଶା

odisha

By

Published : Jul 18, 2023, 12:57 PM IST

ETV Bharat / bharat

ବିରୋଧୀ ମେଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଶାନା, କହିଲେ ଦୁର୍ଦ୍ଦଶାର କାରଣ ହୋଇଥିବା ଦଳ ଦୋକାନ ଖୋଲିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ବୀର ସାବରକର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

ନୂଆ ଟର୍ମିନାଲ ବିଲ୍ଡିଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
pm modi inaugurates new terminal building

ନୂଆଦିଲ୍ଲୀ:ଆଣ୍ଡମାନ ନିକୋବର ପୋର୍ଟ ବ୍ଲାଏରରେ ବୀର ସାବରକର ଆନ୍ତର୍ଜାତୀୟ ବିମାନ ବନ୍ଦରରେ 707.73 କୋଟିରେ ନିର୍ମିତ ନୂଆ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 40,837 ବର୍ଗ ମିଟର ଜାଗାରେ ଏହି ଟର୍ମିନାଲ ବିଲ୍ଡିଂ ତିଆରି ହୋଇଛି । ଏହି ଟର୍ମିନାଲରେ ଏକା ସମୟରେ 1200 ଯାତ୍ରୀ ଓ ବର୍ଷକୁ 40 ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବାର କ୍ଷମତା ରହିଛି । ଏହି ଟର୍ମିନାଲ ବିଲ୍ଡିଂ ଦ୍ବାରା ଯାତାୟତ ସହଜ ହେବ ଯୋଗାଯୋଗକୁ ସୃଦୁଢ଼ କରିବ ଏବଂଂ ବ୍ୟବସାୟ ମଧ୍ୟ ବଢ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ବେଙ୍ଗାଲୁରୁରେ ହୋଇଥିବା ବିରୋଧୀ ମହାମେଳିକୁ ସମାଲୋଚନା କରି ଦୁର୍ଦ୍ଦଶାର କାରଣ ହୋଇଥିବା ଦଳ ଦୋକାନ ଖୋଲିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...PM Modi France visit: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତର ପାସୱାର୍ଡ ପ୍ରବାସୀ

ବିରୋଧୀଙ୍କ ଉପରେ ବର୍ଷିଲେ: ବୀର ସାବରକର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, "ଗଣତନ୍ତ୍ରରେ କୁହାଯାଏ ଲୋକଙ୍କ ପାଇଁ, ଲୋକଙ୍କ ଦ୍ବାରା ଓ ଲୋକଙ୍କର ମାତ୍ର କିଛି ପରିବାରବାଦୀଙ୍କ ମନ୍ତ୍ର ହେଉଛି ପରିବାର ପାଇଁ, ପରିବାରଙ୍କର ଓ ପରିବାରଙ୍କ ଦ୍ବାରା । ପରିବାର ପ୍ରଥମ ଦେଶ ପଛ । ଏହା ସେମାନଙ୍କ ଲକ୍ଷ୍ୟ । ଏମାନେ ଦେଶର ଲୋକତନ୍ତ୍ରଙ୍କୁ ଦେଶର ସମ୍ବିଧାନକୁ ବନ୍ଧକ କରିବାକୁ ଚାହାଁନ୍ତି । ପରିବାରବାଦ ନିଆଁରେ ଦେଶ ପୀଡ଼ିତ ହୋଇଛି । ସେମାନଙ୍କ ପାଇଁ ସେମାନଙ୍କ ପରିବାରର ସମୃଦ୍ଧି ହିଁ ଆଗ ଗରିବୀଙ୍କ ବିକାଶ ନୁହେଁ । 75 ବର୍ଷ ସ୍ବାଧୀନତାରେ ଭାରତ କେଉଁଠି ପହଞ୍ଚି ପାରିଥାନ୍ତା ଆମ ଭାରତୀୟ ସାମର୍ଥ୍ୟରେ କୌଣସି କମ କରି ନାହାନ୍ତି ମାତ୍ର ଭ୍ରଷ୍ଟାଚାରୀ ଓ ପରିବାରବାଦୀ ଦଳ ଅନ୍ୟାୟ କରିଛନ୍ତି । 2024ରେ ଆମେ ହିଁ ସରକାର ଗଢ଼ିବୁ ବୋଲି ଲୋକ ସ୍ଥିର କରି ସାରିଛନ୍ତି । ଦେଶର ଦୁର୍ଦ୍ଦଶାର କାରଣ ହୋଇଥିବା ଦଳ ଦୋକାନ ଖୋଲିଛନ୍ତି । 24 ପାଇଁ 26 ହେବାକୁ ଥିରା ରାଜନୈତିକ ଦଳ ପାଇଁ ଏହା ସମ୍ପୂର୍ଣ୍ଣ ଫିଟ୍‌ । ସେମାନେ ଦେଖାଉଛନ୍ତି ଗୋଟିଏ ମାତ୍ର ସତ୍ୟ କିଛି ଅଲଗା । ଲେବଲ ଅଲଗା ମାଲ ଅଲଗା । ସେମାନଙ୍କ ଦୋକାନର ଏହା ହିଁ ସତ୍ୟ । ଏମାନଙ୍କ ଦୋକାନରେ ଜାତିବାଦର ବିଷ ବିକ୍ରି ହେଉଛି ।"

ଏହା ବି ପଢନ୍ତୁ...PM Modi interview: 'ବିଶ୍ବରେ ଭାରତ ଉପଯୁକ୍ତ ସ୍ଥାନ ହାସଲ କରିଛି ଆମେରିକା ସହ ସମ୍ପର୍କ ମଜବୁତ ହୋଇଛି'

ବୀର ସାବରକର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଏବେ ଭାରତରେ ବିକାସର ଏକ ନୂଆ ମଡେଲ ବିକଶିତ ହୋଇଛି । ଏହି ମଡେଲ୍‌କୁ ସମସ୍ତଙ୍କୁ ଏକାଠୀ ନେଇ ଚାଲିବାକୁ କହିଛି । ଏହି ମଡେଲ ସବ୍‌କା ସାଥ, ସବ୍‌କା ବିକାଶ । ସବକା ବିକାଶ ଅର୍ଥ ପ୍ରତି ବ୍ୟକ୍ତି, ବର୍ଗ ଓ ଅଞ୍ଚଳର ବିକାଶ । ଜୀବନର ପ୍ରତିଟି କ୍ଷେତ୍ରରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଯୋଗାଯୋଗ ବିକାଶ ଦରକାର । ଆଜି ଆଣ୍ଡାମାନ ନିକୋବର ବିକାଶ ମନ୍ତ୍ରର ଜୀବନ୍ତ ଉଦାହରଣ ହୋଇଛି । ସମଗ୍ର ଦେଶରେ ଆଜି ଆଣ୍ଡାମାନ ନିକୋବର ଦ୍ବୀପ ଯୁବକଙ୍କୁ ବିକାଶର ନୂଆ ପ୍ରେରଣା ଦେଉଛି ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,"ଆମେ ଦେଶ ପାଇଁ ବଳିଦାନ ଦେଇଥିବା ପରାକ୍ରମ ଦେଖାଇଥିବା ସୁପୁତ୍ର ପରମବୀର ଚକ୍ର ବିଜେତାଙ୍କ ନାମରେ 21 ଦ୍ବୀପର ନାମକରଣ କରିଛୁ । ଏହା ଯୁବକଙ୍କୁ ବିକାଶର ନୂଆ ପ୍ରେରଣା ଦେଉଛି । ମୋର ସୌଭାଗ୍ୟ ବର୍ଷ 2018ରେ ସେହି ସ୍ଥାନରେ ତ୍ରିରଙ୍ଗା ଉଡାଇଥିଲି ଯେଉଁଠି ନେତାଜୀ ସୁଭାଷ ବୋଷ ତ୍ରିରଙ୍ଗା ଉଡ଼ାଇଥିଲେ । ଆମ ସରକାର ଯିଏକି ଏହି ଦ୍ବୀପପୁଞ୍ଜକୁ ନେତାଜୀଙ୍କ ସୁଭାଷ ବୋଷଙ୍କ ନାମ ଦେଇଛି । ଏହା ସହିତ ହେଲାକ ଓ ନୀଲ ଦ୍ବୀପପୁଞ୍ଜକୁ ଶହୀଦ ଦ୍ବୀପପୁଞ୍ଜଙ୍କ ନାମ ଦେଇଛି ।"

ABOUT THE AUTHOR

...view details