ନୂଆଦିଲ୍ଲୀ:77ତମ ସ୍ବାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ବର୍ଷିଥିଲେ ମୋଦି । ଦେଶକୁ 3ଟି କୁବ୍ୟବସ୍ଥା ଦେଶକୁ ନଷ୍ଟ କରିଦେଇଥିଲା । ପରିବାରବାଦ, ଭ୍ରଷ୍ଟାଚାର ଓ ତୃଷ୍ଟୀକରଣ ଦେଶକୁ ନଷ୍ଟ କରିଦେଇଥିଲା ଏହି 3କୁ ବ୍ୟବସ୍ଥା ବିରୋଧରେ ଲଢେଇ ଜାରି ରହିବ । ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତିକୁ ନେଇ ପଳାୟନ କରିଛନ୍ତି । କିଛି ରାଜନୈତିକ ପାର୍ଟି ପରିବାର ପାଇଁ, ପରିବାରର ଓ ପରିବାର ଦ୍ବାରା ବୋଲି ପରିବାରବାଦକୁ ନେଇ କଟାକ୍ଷ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ 10ମ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି । 90ମିନିଟର ସମ୍ବୋଧନରେ ପିଏମ ମୋଦି 12 ଥର ପରିବାରବାଦ, 11ଥର ଭ୍ରଷ୍ଟାଚାର ଏବଂ 8 ଥର ତୃଷ୍ଟୀକରଣ ବିଷୟରେ କହିଛନ୍ତି । 3ଟି କୁବ୍ୟବସ୍ଥା କବଳରୁ ଦେଶକୁ ମୁକ୍ତି କରିବାକୁ ଅପିଲ କରିଛନ୍ତି । ଲାଲକିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, କିଛି ଦଳର ମନ୍ତ୍ର ହେଉଛି ପରିବାର । କିଛି ରାଜନୈତିକ ପାର୍ଟି ପରିବାର ପାଇଁ, ପରିବାରର ଓ ପରିବାର ଦ୍ବାରା । ବିକାଶ ପାଇଁ ପରିବାରବାଦକୁ ଦେଶକୁ ମୁକ୍ତି ଦେବା ଆବଶ୍ୟକ । ପରିବାରବାଦ, ଭ୍ରଷ୍ଟାଚାର ଓ ତୃଷ୍ଟୀକରଣ 3ଟି କୁବ୍ୟବସ୍ଥା ରାଜନୀତି ସାମାଜିକ ନ୍ୟାୟକୁ ବିପଦକୁ ଠେଲି ଦେଇଛି । ଭ୍ରଷ୍ଟାଚାର ବିକାଶର ସବୁଠୁ ବଡ ଶତ୍ରୁ । 2047ର ସ୍ବପ୍ନକୁ ସାକାର କରିବାକୁ ଦେଶ ଚାହୁଁଛି । ଆମେ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ସହ୍ୟ କରିବୁ ନାହିଁ ।