ଓଡିଶା

odisha

By

Published : Jun 26, 2022, 12:32 PM IST

Updated : Jun 26, 2022, 1:04 PM IST

ETV Bharat / bharat

Mann Ki Baat: ୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ମୋଦିଙ୍କ ସମାଲୋଚନା

ଆଜି (ରବିବାର) 90 ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀକୁ ସମ୍ବୋଧନ କରି ୧୯୭୫ ଜରୁରୀକାଳୀନ ସ୍ଥିତି କଳା ଫର୍ଦ୍ଦକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ମୋଦିଙ୍କ ସମାଲୋଚନା
୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ମୋଦିଙ୍କ ସମାଲୋଚନା

ନୂଆଦିଲ୍ଲୀ:ଆଜି (ରବିବାର) 90 ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀକୁ ସମ୍ବୋଧନ କରି ୧୯୭୫ ଜରୁରୀକାଳୀନ ସ୍ଥିତି କଳା ଫର୍ଦ୍ଦକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ନାଗରିକଙ୍କ ଅଧିକାର ଛଡ଼ାଇ ଗଣତନ୍ତ୍ରକୁ ଚାପିବାକୁ ଉଦ୍ୟମ ହୋଇଥିଲା । ତଥାପି ଗଣତନ୍ତ୍ର ଉପରୁ ଲୋକଙ୍କ ଭରସା ହଟି ନଥିଲା । ଲୋକେ ଗଣତନ୍ତ୍ର ଉପାୟରେ ସ୍ବଚ୍ଛାଚାରକୁ ହରାଇଥିଲେ । ଜରୁରୀକାଳୀନ ସ୍ଥିତିର ସେହି ଭୟାନକ ସମୟକୁ ଭୁଲିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆହୁରି କହିଛନ୍ତି ଦେଶର ଯୁବପିଢି ଆକାଶ ଛୁଇଁଛନ୍ତି । ଆଜି ଦେଶ 75 ବର୍ଷ ସ୍ବାଧୀନତା ଦିବସ ପାଳନ କରୁଛି । ଆମେ କେବେ ବି ଜରୁରୀକାଳିନ ପରିସ୍ଥିତିରେ ସେ କଳା ପୃଷ୍ଠାକୁ ଭୁଲି ବା କଥା ନୁହେଁ । ଅମୃତ ମହୋତ୍ସବ କେବଳ ବିଦେଶୀଙ୍କଠୁ ସ୍ବାଧୀନତାର କାହାଣୀ କହୁନାହିଁ ଏହା 75 ବର୍ଷ ସ୍ବାଧୀନତାର ଯାତ୍ରା ବିଷୟରେ କହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶତାବ୍ଦୀରୁ ଆମ ଭିତରେ ଜଡିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଯାହା ଆମ ଦେହରେ ପ୍ରବାହିତ ହୋଇଛି । ଭାରତର ଲୋକମାନେ ଜରୁରୀକାଳୀନ ପରିସ୍ଥିତିରୁ ମୁକ୍ତି ପାଇଲେ ଏବଂ ଗଣତନ୍ତ୍ରକୁ ପୁନଃସ୍ଥାପିତ କରିଥିବା କହିଛନ୍ତି ମୋଦି ।

ସେ ଆହୁରି କହିଛନ୍ତି, ମୋର ମନେ ଅଛି ପ୍ରସିଦ୍ଧ ଗାୟକ କିଶୋର କୁମାର ସରକାରଙ୍କୁ ପ୍ରଶଂସା କରିବାକୁ ମନା କରିଥିଲେ । ତାଙ୍କୁ ବ୍ୟାନ କରାଯାଇଥିଲା । ତାଙ୍କ ରେଡିଓ ପ୍ରୋଗ୍ରାମକୁ ଅନୁମତି ମିଳିନଥିଲା । ଅନେକ ଚେଷ୍ଟା କରିବା ସହି ହଜାର ହଜାର ଗିରଫ ଏବଂ ଅତ୍ୟାଚାର ସତ୍ତ୍ବେ ଗଣତନ୍ତ୍ରରେ ଭାରତୀୟଙ୍କ ବିଶ୍ବାସକୁ ହରାଇ ପାରିନଥିଲା ।

ମହାମାରୀ ବିରୋଧରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଦେଶରେ ଟୀକାକରଣ ଜୋରଦାର ହୋଇଛି । ପ୍ରାୟ 200 କୋଟି ଡୋଜ ଟିକା ଛୁଇଁଛି । ଅଧିକରୁ ଅଧିକରୁ ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି ମୋଦି । ସେହିପରି ଜଳ ସଂରକ୍ଷଣ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସମୁଦ୍ର ବେଳାଭୂମିରେ ଆବର୍ଜନା ସଫା କରିବା (Waste to Wealth) ବିଷୟରେ କହିଛନ୍ତି ମୋଦି । ୱେଷ୍ଟକୁ ୱେଲ୍ଥର ସଫଳତାର ଚର୍ଚ୍ଚା କରି ଅନେକ ଉଦାହରଣ ଦେଇଛନ୍ତି । ମିଜୋରାମ ରାଜଧାନୀ ଆଝବାଲାର ଏକ ସୁନ୍ଦର ନଦୀ ବିଷୟରେ କହିଛନ୍ତି । ସେ ନଦୀକୁ ବଞ୍ଚାଇବାକୁ ହୋଇଥିବା ପ୍ରୟାସ ବିଷୟରେ କହିଛନ୍ତି ମୋଦି ।

Last Updated : Jun 26, 2022, 1:04 PM IST

ABOUT THE AUTHOR

...view details