ଓଡିଶା

odisha

ETV Bharat / bharat

Central Vista: ଗ୍ରାଉଣ୍ଡ୍‌ ଜିରୋରେ ସମୀକ୍ଷା ପରେ ଶ୍ରମିକଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧିନରେ ନିର୍ମାଣାଧିନ ସଂସଦ ଭବନର ନିର୍ମାଣ କାର୍ଯ୍ୟରେ ଲାଗିଥିବା ସମସ୍ତ ଇଞ୍ଜିନିୟର ଓ ଶ୍ରମିକଙ୍କ ଯୋଗଦାନକୁ ସ୍ମରଣ ରଖିବା ପାଇଁ ଏକ ଡିଜିଟାଲ ସଂଗ୍ରହାଳୟ ତିଆରି କରାଯିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

Central Vista: ଗ୍ରାଉଣ୍ଡ୍‌ ଜିରୋରେ ସମୀକ୍ଷା ପରେ ଶ୍ରମିକଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Central Vista: ଗ୍ରାଉଣ୍ଡ୍‌ ଜିରୋରେ ସମୀକ୍ଷା ପରେ ଶ୍ରମିକଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

By

Published : Sep 27, 2021, 9:20 PM IST

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧିନରେ ନିର୍ମାଣାଧିନ ସଂସଦ ଭବନର କାର୍ଯ୍ୟ ଗ୍ରାଉଣ୍ଡ୍‌ ଜିରୋରୁ ସମୀକ୍ଷା କରିବା ପରେ ଶ୍ରମିକଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ମାଣ କାର୍ଯ୍ୟରେ ଲାଗିଥିବା ସମସ୍ତ ଇଞ୍ଜିନିୟର ଓ ଶ୍ରମିକଙ୍କ ଯୋଗଦାନକୁ ସ୍ମରଣ ରଖିବା ପାଇଁ ଏକ ଡିଜିଟାଲ ସଂଗ୍ରହାଳୟ ତିଆରି କରାଯିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ ଶ୍ରମିକଙ୍କ ଟୀକାକରଣ ଓ ମାସିକ ସ୍ବାସ୍ଥ୍ୟବସ୍ଥା ସୁନିଶ୍ଚିତ କରାଯିବା ଉଚିତ ବୋଲି କହିଛନ୍ତି ମୋଦି ।

ରବିବାର ରାତିରେ ନିର୍ମାଣାଧିନସ୍ଥଳ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରକଳ୍ପ ସମୟ ମଧ୍ୟରେ ପୁରା ହେବା ଉପରେ ସେ ଜୋର ଦେଇଥିଲେ । ନିର୍ମାଣାଧିନସ୍ଥଳରେ ଶ୍ରମିକଙ୍କ ସହ କଥା ହୋଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଶ୍ରମିକମାନେ ପବିତ୍ର ଏବଂ ଐତିହାସିକ କାର୍ଯ୍ୟରେ ଲାଗିଥିବା କହିଥିଲେ ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ସଂଗ୍ରହାଳୟରେ ଶ୍ରମିକମାନଙ୍କ ବ୍ୟକ୍ତିଗତ ବିବରଣୀ ମଧ୍ୟ ରହିବା ଉଚିତ ଯେଉଁଥିରେ ନିର୍ମାଣରେ ସେମାନଙ୍କର ଅବଦାନ ବ୍ୟତୀତ ନାମ, ଘର, ଫଟୋ, ଫଟୋଗ୍ରାଫ ମଧ୍ୟ ଉଲ୍ଲେଖ କରାଯିବା ଦରକାର । ଏହି କାର୍ଯ୍ୟରେ ଶ୍ରମିକମାନଙ୍କୁ ସେମାନଙ୍କର ଭୂମିକା ଏବଂ ଅଂଶଗ୍ରହଣର ପ୍ରମାଣପତ୍ର ମଧ୍ୟ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ ପୂର୍ବରୁ କୌଣସି ସୂଚନା ନଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିର୍ମାଣାଧିନ ସ୍ଥଳରେ ଶ୍ରମିକଙ୍କ ଭଳି ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି । ରାଜଧାନୀରେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧିନରେ ନୂଆ ସଂସଦ ଭବନର ନିର୍ମାଣ ହେଉଛି । ତିନି ଦିନିଆ ଆମେରିକା ଯାତ୍ରାରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ରବିବାର ରାତିରେ ଅଚାନକ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ ସ୍ଥଳରେ ପହଞ୍ଚି ସଂସଦ ଗୃହର ନୂତନ କୋଠା ନିର୍ମାଣକୁ ଏକ ଘଣ୍ଟା ଯାଞ୍ଚ କରିଥିଲେ । ସେଠାରେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନଥିଲା କିମ୍ବା ନିର୍ମାଣ ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ପାଖରେ ଏନେଇ କୌଣସି ଖବର ନଥିଲା। ଯେତେବେଳେ ରାତି ପ୍ରାୟ ୯ଟା ବେଳେ ପ୍ରଧାନମନ୍ତ୍ରୀ ମୋଦି ଅଚାନକ ସଂସଦର ନୂତନ କୋଠାର ନିର୍ମାଣ କାର୍ଯ୍ୟ ବିଷୟରେ ଜାଣିବାକୁ ଆସିଥିଲେ, ସେଠାରେ ଉପସ୍ଥିତ ଶ୍ରମିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ABOUT THE AUTHOR

...view details