ଓଡିଶା

odisha

ETV Bharat / bharat

West Asia crisis: ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି - ଇସ୍ରାଏଲର ଯୁଦ୍ଧ ଅଭିଯାନ

ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଗାଜାରେ ଓ ପାଲେଷ୍ଟାଇନରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ନେଇ ଆଲୋଚନା । ଅଧିକ ପଢନ୍ତୁ

West Asia crisis: ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
West Asia crisis: ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

By ETV Bharat Odisha Team

Published : Oct 29, 2023, 4:00 PM IST

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ସ୍ଥିତି ନେଇ ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହ ଅଲ ସିସି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗତକାଲି ସଂଧ୍ୟାରେ ହୋଇଥିବା ଟେଲିଫୋନିକ ବାର୍ତ୍ତାଳାପରେ ସେଠାରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ଉପରେ ଆଲୋଚନା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନିଜେ ଏକ୍ସରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ‘‘ଗତକାଲି ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ କଥା ହୋଇଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ସ୍ଥିତି ନେଇ ଆମେ ଉଦବେଗ ପ୍ରକାଶ କଲୁ । ଆତଙ୍କବାଦ, ହିଂସା ଓ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟଣାରେ ମଧ୍ୟ ଆମେ ଚିନ୍ତାବ୍ୟକ୍ତ କଲୁ । ସମ୍ପୃକ୍ତ ଅଞ୍ଚଳରେ ଶୀଘ୍ର ଶାନ୍ତି, ସ୍ଥିରତା ଓ ମାନବୀୟ ସହାୟତା ଯୋଗାଣ ଶୃଙ୍ଖଳା ନିଶ୍ଚିତ କରିବା ଉପରେ ମଧ୍ୟ ଆଲୋଚନା ହେଲା ।’’

ଏବେ ଗାଜା ପଟି ଇସ୍ରାଏଲ ସେନା ଦ୍ବାରା ପୁରା ଅବରୋଧ ହୋଇରହିଛି । କେବଳ ଗାଜାର ଦକ୍ଷିଣରେ ଥିବା ଇଜିପ୍ଟ ମାଧ୍ୟମରେ ହିଁ ମାନବୀୟ ସହାୟତା ସାମଗ୍ରୀ ପ୍ରେରଣ କରାଯାଉଛି । ଦକ୍ଷିଣ ଗାଜା ଓ ଇଜିପ୍ଟ ଅନ୍ତର୍ଜାତୀୟ ସୀମାରେ ଥିବା ରଫା ଅନ୍ତରାଷ୍ଟ୍ରୀୟ ବର୍ଡର ପୋଷ୍ଟ ମାଧ୍ୟମରେ ଜାତିସଂଘ ଓ ଅନ୍ୟ ଦେଶ ପଠାଇଥିବା ସହାୟତା ସାମଗ୍ରୀ ଗାଜାର ବିଭିନ୍ନ ରିଲିଫ୍‌ କ୍ୟାମ୍ପକୁ ପ୍ରେରଣ କରାଯାଉଛି । ଏହି କ୍ରମରେ ଭାରତ ମଧ୍ୟ ଆଗରେ ରହିଛି । ଭାରତ ପ୍ରଥମରୁ ହିଁ ମାନବୀୟ ସହାୟତା ସାମଗ୍ରୀ ପଠାଇବା ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :- Mann Ki Baat: ଆତ୍ମନିର୍ଭର ଭାରତ ନିର୍ମାଣ ଆମର ସ୍ବପ୍ନ କହିଲେ ପ୍ରଧାନମନ୍ତ୍ରୀ

ପ୍ରାୟ ଦୁଇସପ୍ତାହ ଧରି ଏୟାର ଷ୍ଟ୍ରାଇକ କରିବା ପରେ ଉତ୍ତର-ଗାଜାରେ ଏବେ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି ଇସ୍ରାଏଲ ସେନା । ଏବେ ସୁଦ୍ଧା ଗାଜାରେ ମୃତ୍ୟୁସଂଖ୍ୟା ପ୍ରାୟ 9 ହଜାର ଅତିକ୍ରମ କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ମଧ୍ୟରେ ହାମାସ ଆତଙ୍କୀ ନୁହନ୍ତି ବରଂ ହଜାର ହଜାର ସାଧାରଣ ପାଲେଷ୍ଟାନୀୟ ମହିଳା, ଶିଶୁଙ୍କ ସମେତ ସାଧାରଣ ନାଗରିକ ରହିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଆସୁଛି । ଅନ୍ୟପଟେ ଜାତିସଂଘରେ ପାରିତ ହୋଇଥିବା ତୁରନ୍ତ ଅସ୍ତ୍ରବିରତି ପ୍ରସ୍ତାବରେ ଭାରତ ସମେତ ଏକାଧିକ ଶକ୍ତିଶାଳୀ ରାଷ୍ଟ୍ର ଭୋଟ ଦେଇନାହାନ୍ତି । ଯାହା ଫଳରେ ଭାରତର ଆଭିମୁଖ୍ୟକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details