ଓଡିଶା

odisha

ETV Bharat / bharat

Lalu Yadav Health Condition: ପୁଅ ତେଜସ୍ୱୀଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା - ତେଜସ୍ବୀ ଯାଦବଙ୍କୁ ପ୍ରଧାନମନ୍ତ୍ରୀଙ୍କ କଲ

ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ପୁଅ ତେଜସ୍ବୀଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି କିଡନୀ ପ୍ରତିରୋପଣ ସଫଳ ହେବା ପରେ ଏବେ ଆସିୟୁରେ ଲାଲୁ । ଅଧିକ ପଢନ୍ତୁ

Lalu Yadav
Lalu Yadav

By

Published : Dec 6, 2022, 9:16 PM IST

ହାଇଦ୍ରାବାଦ: କିଡନୀ ପ୍ରତିରୋପଣ ପରେ ସିଙ୍ଗାପୁର ହସ୍ପିଟାଲରେ ଆସିୟୁରେ ଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆଜି ଲାଲୁଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଫୋନ କରି ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଗତକାଲି ଲାଲୁଙ୍କ ଝିଅ ରୋହିଣୀ କିଡନୀ ଦାନ କରିବା ପରେ ଲାଲୁଙ୍କ ପ୍ରତିରୋପଣ ସଫଳ ହୋଇଛି । ସେ ଏବେ ଆସିୟୁରେ ଅଛନ୍ତି ଓ ସୁସ୍ଥ ମଧ୍ୟ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଝିଅଙ୍କ କିଡନୀରେ ନୂଆ ଜୀବନ ପାଇଲେ ଲାଲୁ

ଗତକାଲି ସିଙ୍ଗାପୁରର ଏକ ହସ୍ପିଟାଲରେ ଲାଲୁ ଯାଦବକଙ୍କ କିଡନୀ ପ୍ରତିରୋପଣ ସଫଳ (Lalu Yadav Kidney transplant successful) ହୋଇଥିଲା । ଲାଲୁଙ୍କ ଝିଅ ରୋହିଣୀ ପିତାଙ୍କୁ ଗୋଟିଏ କିଡନୀ ଦାନ କରିଥିଲେ । ସିଙ୍ଗାପୁରର ଏକ ହସ୍ପିଟାଲରେ ଏହି ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ଶେଷ ହୋଇଛି । ଉଭୟ ବାପା ଓ ଝିଅ ସୁସ୍ଥ ଥିବା ପୁଅ ତେଜସ୍ବୀ ଯାଦବ ଟ୍ବିଟ କରି ସୂଚନା ଦେଇଥିଲେ । ଏହି ଅପରେସନ ପୂର୍ବରୁ ପୁଅ ତେଜସ୍ୱୀ ଯାଦବ, ପତ୍ନୀ ରାବିଡି ଦେବୀ ସିଙ୍ଗାପୁରରେ ପହଞ୍ଚିଥିଲେ । ଏବେ ଅପରେସନ ସଫଳ ହେବା ପରେ ଲାଲୁଙ୍କୁ ଆସିୟୁରେ ରଖାଯାଇଛି । ଝିଅ ରୋହିଣୀ ମଧ୍ୟ ଡାକ୍ତରୀ ଟିମର ନିରୀକ୍ଷଣରେ ରହିଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି ପୁଅ ତେଜସ୍ବୀ ଯାଦବଙ୍କ ଠାରୁ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି ।

ଲାଲୁ ଗତ କିଛି ବର୍ଷ ହେବ ସ୍ବାସ୍ଥ୍ୟଗତ ସମସ୍ୟାରେ ଥିବା ବେଳେ ଗତ କିଛି ମାସ ହେବ ଗୁରୁତର ହୋଇପଡିଥିଲେ । ପରେ ତାଙ୍କର କିଡନୀଜନିତ ସମସ୍ୟା ଥିବା ଜଣାପଡିଥିଲା । କିଡନୀର ପ୍ରତିରୋପଣ କରିବା ଜରୁରୀ ବୋଲି ଡାକ୍ତର କହିବା ପରେ ଲାଲୁଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ପିତାଙ୍କୁ ଗୋଟିଏ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସିଙ୍ଗାପୁରର ଏକ ହସ୍ପିଟାଲରେ ଏହି ଅପରେସନ କରାଯିବା ନେଇ ପରିବାର ପକ୍ଷରୁ ସ୍ଥିର କରାଯାଇଥିଲା । ଆଜି ଏହି ପ୍ରତିରୋପଣ ସଫଳ ହୋଇଛି । ଝିଅ ରୋହିଣୀଙ୍କର ଗୋଟିଏ କିଡନୀ ସଫଳତାର ସହ ଲାଲୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details