ଓଡିଶା

odisha

By

Published : Nov 18, 2021, 12:45 PM IST

ETV Bharat / bharat

ରାଜନୀତି, ଅର୍ଥନୀତି ଓ ସମାଜକୁ ଡିଜିଟାଲ୍ ଯୁଗ ପୁନଃ ବ୍ୟାଖ୍ୟା କରୁଛି: ମୋଦି

ଡିଜିଟାଲ୍ ଯୁଗ ରାଜନୀତି, ଅର୍ଥନୀତି ଓ ସମାଜକୁ ପୁନଃ ବ୍ୟାଖ୍ୟା କରୁଛି ବୋଲି ସିଡନୀ ସମ୍ବାଦ ଉଦଘାଟନୀ ସଂସ୍କରଣକୁ ସମ୍ବୋଧିତ କରି କହିଛନ୍ତି । ଅଧିକ ପଢନ୍ତୁ

ରାଜନୀତି, ଅର୍ଥନୀତି ଓ ସମାଜକୁ ଡିଜିଟାଲ୍ ଯୁଗ ପୁନଃ ବ୍ୟାଖ୍ୟା କରୁଛି: ମୋଦି
ରାଜନୀତି, ଅର୍ଥନୀତି ଓ ସମାଜକୁ ଡିଜିଟାଲ୍ ଯୁଗ ପୁନଃ ବ୍ୟାଖ୍ୟା କରୁଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର 'ସିଡନୀ ସମ୍ବାଦ' ଉଦଘାଟନୀ ସଂସ୍କରଣକୁ ସମ୍ବୋଧିତ କରି କହିଛନ୍ତି ଯେ ଡିଜିଟାଲ ଯୁଗ ଆମ ଚାରିପାଖରେ ସବୁକିଛି ବଦଳାଇ ଦେଇଛି । ଏହା ରାଜନୀତି, ଅର୍ଥନୀତି ଏବଂ ସମାଜକୁ ନୂଆ ରୂପରେ ପୁନଃ ବ୍ୟାଖ୍ୟା କରିଛି । ସାର୍ବଭୌମତ୍ବ, ଶାସନ, ନୈତିକତା, ଆଇନ, ଅଧିକାର ଏବଂ ନିରାପତ୍ତା ଉପରେ ନୂତନ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏହାଦ୍ବାରା ଅନ୍ତର୍ଜାତୀୟ ପ୍ରତିଯୋଗିତା, ଶକ୍ତି ଏବଂ ନେତୃତ୍ବର ପୁନଃ ନିର୍ମାଣ ହେବ ବୋଲି କହିଛନ୍ତି ମୋଦି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରଣନୀତିକ ଭାଗିଦାରୀକୁ ବିଶ୍ବ ପାଇଁ ଏକ କଲ୍ୟାଣକାରୀ ଶକ୍ତି ଭାବରେ ବର୍ଣ୍ଣନା କରିଛନ୍ତି । ଡିଜିଟାଲ୍ ଯୁଗରେ 'ତଥ୍ୟ'କୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଭାରତରେ ଆମେ ଡାଟା ସୁରକ୍ଷା, ଗୋପନୀୟତା ଏବଂ ସୁରକ୍ଷା ପାଇଁ ଏକ ଦୃଢ ଢାଞ୍ଚା ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ: ସିଡନୀ ସମ୍ବାଦ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ସେହି ସମୟରେ, ଏହାକୁ ଲୋକଙ୍କ ସଶକ୍ତିକରଣର ଉତ୍ସ ଭାବରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କ ବ୍ୟକ୍ତିଗତ ଅଧିକାରକୁ ସୁରକ୍ଷା ଦେବାବେଳେ ଭାରତର ଅନେକ ଅଭିଜ୍ଞତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭାରତରେ 5G ଓ 6G ଭଳି ଟେଲିକମ ପ୍ରଯୁକ୍ତିବିଦ୍ୟାର ବିକାଶ କରାଯାଉଛି । କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ମୋଦି କାର୍ଯ୍ୟକ୍ରମରେ କହିଛନ୍ତି ।

ତେବେ ସୂଚନା ଥାଉ କି 'ସିଡନୀ ସମ୍ବାଦ' କାର୍ଯ୍ୟକ୍ରମ ରାଜନେତା, ଶିଳ୍ପପତି ଏବଂ ସରକାରୀ ମୁଖ୍ୟମାନଙ୍କୁ ଏକତ୍ରିତ କରିବ । ବ୍ୟାପକ ଆଲୋଚନାରେ ଅଂଶଗ୍ରହଣ କରିବ, ନୂତନ ଚିନ୍ତାଧାରା ସୃଷ୍ଟି କରିବ ଏବଂ ଉଦୀୟମାନ ତଥା ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଦ୍ବାରା ସୃଷ୍ଟି ହୋଇଥିବା ସୁଯୋଗ ଏବଂ ଆହ୍ବାନଗୁଡିକ ବିଷୟରେ ଏକ ସାଧାରଣ ବୁଝାମଣା ବିକାଶ ଦିଗରେ କାର୍ଯ୍ୟ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details