ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜର୍ମାନୀ ଚାନସେଲରଙ୍କ ସହ ଫୋନରେ କଥା ହୋଇଛନ୍ତି । ନୂତନ ଜର୍ମାନ ଚାନସେଲର ଭାବେ ଓଲାଫ ସ୍କୋଲଜ ଦାୟିତ୍ବ ନେବା ପରେ ଏହା ହେଉଛି ଉଭୟଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ । ଆଜି ଏହି ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଓଲାଫ ସ୍କୋଲଜଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେହିପରି ଭାରତ-ଜର୍ମାନୀ ଏକାଧିକ ଦ୍ବୀପାକ୍ଷିକ ପ୍ରସଙ୍ଗ ନେଇ ମଧ୍ୟ ଉଭୟ ନେତା ମତ ବିନିମୟ କରିଥିବା ସୂଚନା ରହିଛି ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ 6ତମ ଆନ୍ତଃ-ସରକାରୀ ବୈଠକ ଅବସରରେ ସେ ଓଲାଫ ସ୍କୋଲଜଙ୍କୁ ଭେଟିବାକୁ ମଧ୍ୟ ଅପେକ୍ଷା କରିଛନ୍ତି । ଆଜିର ବାର୍ତ୍ତାଳାପ ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ଏକ ଟ୍ବିଟ ମଧ୍ୟ କରିଛନ୍ତି ।