ଓଡିଶା

odisha

ETV Bharat / bharat

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହେଲେ ମୋଦି - ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ

ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମହାମାରୀ କୋରୋନା ସମୟରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ସ୍ବତନ୍ତ୍ର ବନ୍ଧୁତାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହେଲେ ମୋଦି
ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହେଲେ ମୋଦି

By

Published : May 11, 2021, 10:36 PM IST

ନୂଆଦିଲ୍ଲୀ: ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମହାମାରୀ କୋରୋନା ସମୟରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ସ୍ବତନ୍ତ୍ର ବନ୍ଧୁତାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହେଲେ ମୋଦି


ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ସୂଚନା ଅନୁସାରେ, ଭୁଟାନ ପ୍ରଧାନମନ୍ତ୍ରୀ ଭାରତରେ ସମ୍ପ୍ରତି କୋଭିଡ ମହାମାରୀର ଦ୍ବିତୀୟ ଲହରୀ ସମୟରେ ଭୁଟାନର ପ୍ରଧାନମନ୍ତ୍ରୀ ଭାରତ ସରକାର ଏବଂ ଭାରତର ଲୋକଙ୍କ ସହ ଏକତା ପ୍ରକାଶ କରିଥିଲେ ।

ଭାରତର ଏପରି ସ୍ଥିତିରେ ଭୁଟାନର ସମସ୍ତ ସହଯୋଗ ଓ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଭୁଟାନ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ପିଏମ ଭୁଟାନ ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକଙ୍କ କୋଭିଡ ପରିଚାଳନାକୁ ଯୋଗୁଁ ଭୁଟାନ କୋଭିଡ ବିରୋଧରେ ଲଢେଇକୁ ପ୍ରଶଂସା କରିଛନ୍ତି। ଭୁଟାନ ପିଏମଙ୍କ ନିରନ୍ତର କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

ସଙ୍କଟ ମଧ୍ୟରେ ଭାରତ ଏବଂ ଭୁଟାନ ମଧ୍ୟରେ ଥିବା ସ୍ୱତନ୍ତ୍ର ବନ୍ଧୁତାକୁ ଦର୍ଶାଇପାରିଛି । ପାରସ୍ପରିକ ବୁଝାମଣା, ସମ୍ମାନ, ସାଂସ୍କୃତିକ ବାଣ୍ଟିବା ଦ୍ବାରା ସମ୍ପର୍କ ଆହୁରି ମଜଭୁତ ହୋଇଛି ବୋଲି ଦୁଇ ନେତାଙ୍କ କଥାବାର୍ତ୍ତାରୁ ଜଣାପଡିଛି ।

ABOUT THE AUTHOR

...view details