ଓଡିଶା

odisha

ETV Bharat / bharat

ପୁତିନଙ୍କ ସହ କଥା ହେଲେ ମୋଦି, କୋରୋନା ସଂଘର୍ଷରେ ଭ୍ୟାକ୍ସିନ କରିବ ସହଯୋଗ... - ରାଷ୍ଟ୍ରପତି ଭ୍ଲାଦିମିର ପୁତିନ

ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ହୋଇଛି ଚର୍ଚ୍ଚା । ଅଧିକ ପଢନ୍ତୁ...

ପୁତିନଙ୍କ ସହ କଥା ହେଲେ ମୋଦି, କୋରୋନା ସଂଘର୍ଷରେ ଭ୍ୟାକ୍ସିନ କରିବ ସହଯୋଗ...
ପୁତିନଙ୍କ ସହ କଥା ହେଲେ ମୋଦି, କୋରୋନା ସଂଘର୍ଷରେ ଭ୍ୟାକ୍ସିନ କରିବ ସହଯୋଗ...

By

Published : Apr 28, 2021, 7:56 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ହୋଇଛି ଚର୍ଚ୍ଚା ।

ପୁତିନଙ୍କ ସହ କଥା ହେଲେ ମୋଦି, କୋରୋନା ସଂଘର୍ଷରେ ଭ୍ୟାକ୍ସିନ କରିବ ସହଯୋଗ...

ପ୍ରଧାନମନ୍ତ୍ରୀଙ୍କ ଅଫିସାଇଲ ଟ୍ବିଟର ହ୍ୟାଣ୍ଡେଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦୁଇ ନେତାଙ୍କ ମଧ୍ୟରେ କୋରୋନା ସମେତ ଅନେକ ମାମଲା ଉପରେ ଚର୍ଚ୍ଚା ହୋଇଛି । କୋରୋନା ବିରୋଧରେ ଚାଲିଥିବା ଲଢେଇରେ ରାଷ୍ଟ୍ରପତି ପୁତିନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପିଏମ ଟ୍ବିଟ କରି କହିଛନ୍ତି, ଆମେ ଦୁଇ ଜଣ ଦ୍ବିପାକ୍ଷିକ ସମ୍ବନ୍ଧକୁ ନେଇ ଆଲୋଚନା କରିଛୁ । ବିଶେଷ କରି ମହାକାଶ କ୍ଷେତ୍ର ଉପରେ ମଧ୍ୟ ଚର୍ଚ୍ଚା ହୋଇଛି । ସ୍ପୁଟନିକ-ଭି ଭ୍ୟାକ୍ସିନ ସମ୍ବନ୍ଧରେ ଦୁଇ ଦେଶର ସହଯୋଗରେ ମାନବତାକୁ ସହଯୋଗ ମିଳିବ ।

ABOUT THE AUTHOR

...view details