ନୂ୍ଆଦିଲ୍ଲୀ:ଟ୍ରାକ କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇ ଚଣ୍ଡିଗଡରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମିଲଖା ।
ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ମିଲଖା ଏହା ସହିତ ଟୋକିଓ ଅଲମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଅଶଂଗ୍ରହଣକାରୀଙ୍କୁ ଆର୍ଶୀବାଦ ସହିତ ପ୍ରେରଣା ଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିଛିଦିନ ତଳେ 91ବର୍ଷୀୟ ମିଲଖା କୋରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଅକ୍ସିଜେନ ସ୍ତର କମିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମିଲଖାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।