ଓଡିଶା

odisha

By

Published : Jun 5, 2022, 1:16 PM IST

Updated : Jun 5, 2022, 1:35 PM IST

ETV Bharat / bharat

World Environment Day: ମାଟି ବଞ୍ଚାଅ ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆଜି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ଆୟୋଜିତ 'ମାଟି ବଞ୍ଚାଅ ଅଭିଯାନ' (Save Soil Movement) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବ ପରିବେଶ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Save Soil Movement
Save Soil Movement

ନୂଆଦିଲ୍ଲୀ: ଆଜି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ଆୟୋଜିତ 'ମାଟି ବଞ୍ଚାଅ ଅଭିଯାନ' (Save Soil Movement) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବ ପରିବେଶ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଛନ୍ତି ପ୍ରଧାନମନ୍ତ୍ରୀ । ସଦଗୁରୁ ଓ ଇସା ଫାଉଣ୍ଡେସନକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ମାର୍ଚ୍ଚରେ ଇସା ଫାଉଣ୍ଡେସନ ପକ୍ଷରୁ'ମାଟି ବଞ୍ଚାଅ ଅଭିଯାନ' (Save Soil Movement) କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଯେତେବେଳେ ଜଳବାୟୁ ପରିବର୍ତ୍ତନରେ ଭାରତର ଭୂମିକା ଅବହେଳିତ ହୋଇଛି ପରିବେଶ ସଂରକ୍ଷଣ ପାଇଁ ଭାରତ ଅନେକ ପ୍ରୟାସ କରୁଛି । ଆଜି ଭାରତରେ ୧୦ ପ୍ରତିଶତ ଇଥେନାଲ ବ୍ଲେଡିଙ୍ଗର ଲକ୍ଷ୍ୟ ହାସଲ କରିଛି । ନିର୍ଦ୍ଧାରିତ ସମୟର ୫ ମାସ ପୂର୍ବରୁ ଏହି ସଫଳତା ହାସଲ କରିଛି ଭାରତ ।

ସେ ଆହୁରି କହିଛନ୍ତି, ଗତ ୮ ବର୍ଷ ହେବ ଦେଶରେ ଯେଉଁ ସବୁ ଯୋଜନା ଚାଲିଛି ତାହା ପରିବେଶ ସଂରକ୍ଷଣର ବାର୍ତ୍ତା ବହନ କରୁଛନ୍ତି । ସେ ସ୍ବଚ୍ଛ ଭାରତ ମିଶନ ହେଉ କି ନମାମି ଗଙ୍ଗା ଓ ଗୋଟିଏ ସୂର୍ଯ୍ୟ ଓ ଗୋଟିଏ ଗ୍ରୀଡ । ଭାରତର ପ୍ରୟାସ ବହୁମୁଖୀ । ପରିବେଶ ଅସନ୍ତୁଳନ ହେବାରେ ହିନ୍ଦୁସ୍ଥାନର କୌଣସି ଭୂମିକା ନାହିଁ । ବୃହତ୍ତମ କାର୍ବନ ନିର୍ଗମନ ପାଇଁ ବିକଶିତ ରାଷ୍ଟ୍ରମାନେ ଦାୟୀ ବୋଲି 'ମୃତ୍ତିକା ସଂରକ୍ଷଣ' କାର୍ଯ୍ୟକ୍ରମରେ କହିଛନ୍ତି PM ମୋଦି । ପ୍ରତି ବ୍ୟକ୍ତି ପିଛା କାର୍ବନ ନିର୍ଗତ ୪ ଟନ୍‌ ରହିଛି ।

ଭାରତ ଜୈବବିଭିଧତା ଏବଂ ବନ୍ୟଜନ୍ତୁଙ୍କ ସହ ଜଡିତ ନୀତିକୁ ନେଇ ଚାଲୁଛି । ଏହା ଦ୍ବାରା ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧିରେ ରେକର୍ଡ ହୋଇଛି । ଆଜି ବାଘ ହେଉ ବା ସଂହ, ଚିତା ବାଘ କି ହାତୀ ସମସ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଉଛି । 'କ୍ୟାଚ ଦ ରେନ' ( Catch The Rain) ବର୍ଷା ପାଣି ସଂରକ୍ଷଣ ଭଳି ଅଭିଯାନ ଦ୍ବାରା ଜଳ ସଂରକ୍ଷଣରେ ଦେଶ ଲୋକଙ୍କୁ ଯୋଡିବାରେ ସଫଳ ହୋଇଛି । ଚଳିତ ବର୍ଷ ମାର୍ଚ୍ଚରେ ଦେଶରେ ୧୩ ବଡ ନଦୀ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି । ଏହା ଜଳ ପ୍ରଦୂଷଣ କମ କରିବା ସହିତ ନଦୀ କୂଳରେ ଜଙ୍ଗଲ ସୃଷ୍ଟି କରିବା କାର୍ଯ୍ୟ କରୁଥିବା କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଗରୁ ଆମ ଦେଶର ଚାଷୀଙ୍କ ପାଖରେ ମାଟି ଉପରେ ଜ୍ଞାନ ନଥିଲା । ସୂଚନା ଅଭାବରୁ କାହାର ମାଟି କେଉଁ ପ୍ରକାରର ଜାଣି ପାରୁନଥିଲେ । ଭୂଜଳ କମ ହେବାରୁ ମାଟିର କ୍ଷତି ହେଉଥିଲା । ଦେଶର ଚାଷୀଙ୍କୁ ମାଟି ସ୍ବାସ୍ଥ୍ୟ କାର୍ଡ ଦେବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷର ବଜେଟରେ, ଆମେ ଗଙ୍ଗା ନଦୀ କରିଡରରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ନେଇ ଘୋଷଣା ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Last Updated : Jun 5, 2022, 1:35 PM IST

ABOUT THE AUTHOR

...view details