ଓଡିଶା

odisha

By

Published : Jan 10, 2022, 3:43 PM IST

ETV Bharat / bharat

କାଶୀଧାମରେ କାମ କରୁଥିବା ଶ୍ରମିକଙ୍କୁ ଝୋଟ ଚପଲ ପଠାଇଲେ ମୋଦି

କାଶୀ ଧାମରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଝୋଟ ଚପଲ ପଠାଇଲେ ପ୍ରଧାନମନ୍ତ୍ରୀ । ବାରାଣାସୀର କାଶୀ ଧାମରେ କାମ କରୁଥିବା ଶ୍ରମିକଙ୍କ ପାଇଁ ୧୦୦ ହଳ ଚପଲ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

pm modi sends 100 pairs of jute footwear for kashi dham workers
କାଶୀଧାମରେ କାମ କରୁଥିବା ଶ୍ରମିକଙ୍କୁ ଝୋଟ ଚପଲ ଦେଲେ ମୋଦି

ଲକ୍ଷ୍ନୌ: କାଶୀ ଧାମରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଝୋଟ ଚପଲ ପଠାଇଲେ ପ୍ରଧାନମନ୍ତ୍ରୀ । ଶ୍ରମିକଙ୍କ ପାଇଁ ୧୦୦ ହଳ ଚପଲ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ଆଜି(ସୋମବାର) ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବାରଣାସୀର କାଶୀ ଧାମର ଉନ୍ନୟନ ମୂଳକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପଦକ୍ଷେପମାନ ନେଇଛନ୍ତି । କାଶୀ ଧାମକୁ ଚପଲ ନିଷେଧ ଥିବାବେଳେ ସେଠାରେ କାମ କରୁଥିବା ଶ୍ରମିକମାନେ ଖାଲି ପାଦରେ କାମ କରୁଛନ୍ତି ।

ତେଣୁ ସେମାନଙ୍କ ପାଇଁ ଝୋଟ ଚପଲର ବ୍ୟବସ୍ଥା କରିଛନ୍ତି ପ୍ରଧାନମନ୍ତ୍ରୀ । ଝୋଟ ଚପଲ ପାଦକୁ ଥଣ୍ଡା ରଖିବାରେ ସହାୟକ ହେବ । ଯାହାଫଳରେ ଶ୍ରମିକମାନେ ଖରାରେ ମଧ୍ୟ କାମ କରିପାରିବେ । ଏହି ଯୋଜନାରେ କାଶୀ ମନ୍ଦିରରେ ଥିବା ପୂଜକ, ସିକ୍ୟୁରିଟି ଗାର୍ଡ, ମନ୍ଦିର ପରିସର ସଫା କରୁଥିବା ଶ୍ରମିକ ଓ କାଶୀ ଧାମର ଅନ୍ୟାନ୍ୟ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ଝୋଟ ଚପଲ ଦିଆଯାଇଛି ।

ସୂଚନା ଥାଉକି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀର କାଶୀ ବିଶ୍ବନାଥ ଧାମ (Kashi Vishwanath corridor)ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି । ମୋଟ ୩୩୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି ।

@ANI

ABOUT THE AUTHOR

...view details