ଓଡିଶା

odisha

By

Published : Dec 13, 2021, 11:01 PM IST

ETV Bharat / bharat

Terror attack in JK: ଦୁଖଃ ପ୍ରକାଶ ସହ ସବିଶେଷ ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ

ଜମ୍ମୁ ଆତଙ୍କୀ ଆକ୍ରମଣରେ ୨ ଯବାନ ଶହୀଦ ହେବା ଘଟଣାରେ ଦୁଖଃ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଘଟଣାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Terror attack in JK: ଦୁଖଃ ପ୍ରକାଶ ସହ ସବିଶେଷ ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ
Terror attack in JK: ଦୁଖଃ ପ୍ରକାଶ ସହ ସବିଶେଷ ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଜେୱାନ ଅଞ୍ଚଳରେ ବଡ ଧରଣର ଆତଙ୍କୀ ଆକ୍ରମଣରେ (Terror attack on a Police bus in Srinagar) ୨ ଯବାନ ଶହୀଦ ହେବା ଘଟଣାରେ ଦୁଖଃ ପ୍ରକାଶ କରିବା ଶହୀଦଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଆହତ ଯବାନଙ୍କ ଆଶୁଆରୋଗ୍ୟ ମଧ୍ୟ କମାନା କରିବା ସହ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି (ସୋମବାର) ସନ୍ଧ୍ୟାରେ ଘଟିଥିବା ଏହି ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପ୍ରାୟ ୧୪ ଜଣ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି (At least 2 cops die, others rushed to the hospital) । ଇଣ୍ଡିଆନ୍ ରିଜର୍ଭ ପୋଲିସ୍ (IRP)ର ୯ମ ବାଟାଲିୟନର ଯବାନମାନେ ଏକ ବସରେ ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପ୍ରାୟ ୧୪ ରୁ ଉର୍ଦ୍ଧ୍ବ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବା ମଧ୍ୟ ସୂଚନା ମିଳିଛି । ଘଟଣାସ୍ଥଳରେ ସୁରକ୍ଷାବଳଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details