ଓଡିଶା

odisha

Vaccination Drive: ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ କହିଲେ ମୋଦି

By

Published : Mar 16, 2022, 4:11 PM IST

ଜାତୀୟ ଟୀକାକରଣ ଦିବସ ଅବସରରେ ଆଜିଠାରୁ ଦେଶରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ଏହି ଅବସରରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜିର ଦିନକୁ ଏକ 'ଗୁରୁତ୍ବପୂର୍ଣ୍ଣ ଦିନ' ବୋଲି ମୋଦି କହିଛନ୍ତି। ଅଧିକ ପଢ଼ନ୍ତୁ

pm modi says today is an important day of india
Vaccination Drive: ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ କହିଲେ ମୋଦି

ନୂଆଦିଲ୍ଲୀ:ଜାତୀୟ ଟୀକାକରଣ ଦିବସ ଅବସରରେ ଆଜିଠାରୁ ଦେଶରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ବ୍ୟବହାରିକ ଅନୁମତି ପାଇଥିବା ବାଇୟୋଲୋଜିକାଲ ଇ ପ୍ରସ୍ତୁତ 'କୋର୍ବେଭାକ୍ସ' ଟିକା ଦିଆଯିବ। ଏହି ଅବସରରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜିର ଦିନକୁ ଏକ 'ଗୁରୁତ୍ବପୂର୍ଣ୍ଣ ଦିନ' ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି ଯେ, 'ଦେଶବାସୀଙ୍କ ଟୀକାକରଣ ପାଇଁ ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ବର୍ତ୍ତମାନ ପରଠାରୁ 12-14 ବର୍ଷର ପିଲାମାନେ ଟିକା ନେବାକୁ ଯୋଗ୍ୟ ହୋଇଛନ୍ତି। ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ପ୍ରିକସନ ଡୋଜ (precaution doses) ନେବାକୁ ଯୋଗ୍ୟ ଅଟନ୍ତି। ତେଣୁ ସବୁ ବର୍ଗର ଲୋକଙ୍କୁ ଟିକା ନେବାପାଇଁ ମୁଁ ଅନୁରୋଧ କରୁଛି'।

ଭାରତର ଟୀକାକରଣ ଡ୍ରାଇଭ ବର୍ତ୍ତମାନ ବିଶ୍ବର ସର୍ବବୃହତ ଟୀକାକରଣ ଡ୍ରାଇଭର ପରିଣତ ହୋଇସାରିଛି। ନାଗରିକଙ୍କ ସୁରକ୍ଷା ଏବଂ କରୋନା ମହାମାରୀ ସହ ଲଢ଼ିବା ପାଇଁ ଗତ 2020 ମସିହାରୁ ଦେଶରେ ବୈଜ୍ଞାନିକ ପଦ୍ଧତି ଦ୍ବାରା ପରିଚାଳିତ ଭ୍ୟାକସିନ ତିଆରି ହୋଇଛି। ମୋଦି କହିଛନ୍ତି ଆମର ବୈଜ୍ଞାନିକ ଓ ବେସରକାରୀ ସଂସ୍ଥାଗୁଡ଼ିକର ଜ୍ଞାନକୌଶଳ ଓ ଉଦ୍ୟମ ପ୍ରଶଂସନୀୟ ଅଟେ। 2020ର ଶେଷ ବେଳେ ଦେଶର ତିନୋଟି ଟିକା ଉତ୍ପାଦନକାରୀ ସଂସ୍ଥାକୁ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଥିଲେ ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ବୈଜ୍ଞାନିକଙ୍କ ପ୍ରୟାସର ସବିଶେଷ ତଥ୍ୟ ପାଇଥିବା ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି। 2021 ଜାନୁଆରୀରେ ଦେଶରେ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଆଗଧାଡି଼ର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ଆଗଧାଡି଼ର ସ୍ବାସ୍ଥ୍ୟକର୍ମୀମାନେ କରୋନା ବିରୁଦ୍ଧରେ ଲଢ଼େଇ କରୁଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ ଥିଲା ବୋଲି ମୋଦି କହିଛନ୍ତି।

ଏହା ପରେ ମାର୍ଚ୍ଚ ମାସରେ 60 ବର୍ଷରୁ ଉର୍ଦ୍ଧ୍ବ ଏବଂ 45 ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଥିଲା। ଏବଂ ପରେପରେ18 ବର୍ଷରୁ ଉର୍ଦ୍ଧ୍ବ ବର୍ଗଙ୍କୁ ଟିକା ଦିଆଯାଇଥିଲେ। ଦେଶରେ ବିନା ମୂଲ୍ୟରେ ଟୀକାକରଣ କରାଯାଇଥିବାରୁ ସମସ୍ତ ଭାରତୀୟ ଗର୍ବିତ ହେବା ଆବଶ୍ୟକ ରହିଛି । ଏହି ପରିପ୍ରେକ୍ଷୀରେ ମୋଦି କହିଛନ୍ତି ଆଜି ଭାରତ ଟୀକାକରଣରେ 180 କୋଟିରୁ ଅଧିକ ଡୋଜ ପାର କରିଛି। ଯେଉଁଥିରେ 15-17 ବର୍ଷର କିଶୋରମାନଙ୍କ କ୍ଷେତ୍ରରେ 9 କୋଟିରୁ ଅଧିକ ଡୋଜ ପାର ହୋଇଛି। ଏବଂ 2 କୋଟିରୁ ଅଧିକ ଡୋଜ ପ୍ରିକସନ ଡୋଜ ଦିଆଯାଇଛି। ଯାହାକି ଆମ ନାଗରିକଙ୍କୁ କୋରୋନା କବଳରୁ ରକ୍ଷା କରିବା ପାଇଁ ଏହା ସହାୟକ ହେବ ।

ABOUT THE AUTHOR

...view details