ଓଡିଶା

odisha

ETV Bharat / bharat

ତୃତୀୟ କାର୍ଯ୍ୟକାଳରେ ବିଶ୍ବର 3ୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବ ଭାରତ: ମୋଦି - ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ

ମଧ୍ୟ ପ୍ରଦେଶରେ ନିର୍ବାଚନୀ ସଭାରେ ଦୁର୍ନୀତି ଓ ବେଟିଂ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଶାଣିତ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ ତାଙ୍କ ତୃତୀୟ କାର୍ଯ୍ୟକାଳରେ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି ଭାରତ । ଅଧିକ ପଢନ୍ତୁ

ତୃତୀୟ କାର୍ଯ୍ୟକାଳରେ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବ ଭାରତ: ମୋଦି
ତୃତୀୟ କାର୍ଯ୍ୟକାଳରେ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବ ଭାରତ: ମୋଦି

By ETV Bharat Odisha Team

Published : Nov 8, 2023, 3:37 PM IST

ଭୋପାଳ: 5 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମାରାଥନ ପ୍ରଚାର ଜାରି ରଖିଛନ୍ତି ଭାରତୀୟ ଜନତା ପାର୍ଟିର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ନିର୍ବାଚନୀ ରାଜ୍ୟରେ ସିରିଜ ପ୍ରଚାର କରି ଦଳ ପାଇଁ ଭୋଟ ମାଗିବା ସହ ବିପକ୍ଷକୁ ଶାଣିତ ଟାର୍ଗେଟ କରିବାରେ ଲାଗିଛନ୍ତି ମୋଦି । ନିର୍ବାଚନୀ ସଭାମଞ୍ଚରେ ନିଜ ଶାସନର ସଫଳତା ଓ ଆଗକୁ ଥିବା ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରି ବିଜେପି ପାଇଁ ଭୋଟ ମାଗୁଛନ୍ତି ମୋଦି । ତାଙ୍କ ନେତୃତ୍ବର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ବର 3ୟ ଅର୍ଥବ୍ୟବସ୍ଥାରେ ପହଞ୍ଚିବାକୁ ଯାଉଥିବା ସେ ଦାବି କରିଛନ୍ତି ।

17 ତାରିଖରେ ନିର୍ବାଚନ ହେବାକୁ ଥିବା ମଧ୍ୟ ପ୍ରଦେଶରେ ଆଜି ପ୍ରଧାନମନ୍ତ୍ରୀ ଦଳ ପାଇଁ ପ୍ରଚାର କରିଛନ୍ତି । ଦାମୋହ ଜିଲ୍ଲାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି, ତାଙ୍କ ସରକାର ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବ । ବିଜେପି 2014 ମସିହାର କେନ୍ଦ୍ରରେ କ୍ଷମତାକୁ ଆସିବା ସମୟରେ ଦେଶର ଅର୍ଥନୀତି 10ମ ସ୍ଥାନରେ ଥିଲା । ଗତ କିଛି ବର୍ଷ ମଧ୍ୟରେ ଏହା ପ୍ରର୍ଯ୍ୟାୟକ୍ରମେ ବୃଦ୍ଧି ପାଇ ଏବେ 5ମ ସ୍ଥାନକୁ ପହଞ୍ଚିଲାଣି । ଏପରିକି ଦେଶକୁ ଦୀର୍ଘ 2ଶହ ବର୍ଷ ଧରି ଶାସନ କରିଥିବା ବ୍ରିଟେନର ଅର୍ଥନୀତିକୁ ମଧ୍ୟ ଭାରତ ଏବେ ପଛରେ ପକାଇବାରେ ସଫଳ ହୋଇଛି । ତାଙ୍କର ଶାସନର ତୃତୀୟ ପର୍ଯ୍ୟାୟରେ ଦେଶର ଅର୍ଥନୀତି ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପହଞ୍ଚିବ ବୋଲି ମୋଦି ଦମ୍ଭ ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବିବାଦ ପରେ ଆପତ୍ତିଜନକ ମନ୍ତବ୍ୟ ନେଇ କ୍ଷମା ମାଗିଲେ ନୀତିଶ କୁମାର, କହିଲେ ଶଦ୍ଦ ଫେରାଇ ନେଉଛି

ନିଜ ସରକାରର ଉପଲବ୍ଧି ସହ ପ୍ରଧାନମନ୍ତ୍ରୀ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ନୀତିକୁ ଶାଣିତ ଆଲୋଚନା କରିଛନ୍ତି । କହିଛନ୍ତି, ଲୋକେ ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସକୁ ଜନାଦେଶ ଦେଲେ । ମାତ୍ର ସେମାନଙ୍କ ମୁଖ୍ୟମନ୍ତ୍ରୀ ଦୁର୍ନୀତିରେ ଓ ବେଟିଂରେ ସମ୍ପୃକ୍ତ ରହିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 15 ପଇସା ଉପାଖ୍ଯାନକୁ ମଧ୍ୟ ସ୍ମରଣ କରିଛନ୍ତି ପ୍ରଧାମମନ୍ତ୍ରୀ ମୋଦି । କଂଗ୍ରେସ ଶାସନକୁ ଆସିଲେ, ପୁଣି ସେହିପରି ଦୁର୍ନୀତିଗ୍ରସ୍ତ ସ୍ଥିତି ସୃଷ୍ଟି ହେବା ନେଇ ଭୋଟରଙ୍କୁ ଚେତାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ତତ୍କାଳୀନ ସମୟରେ ଦୁର୍ନୀତି ଉଦାହରଣ ଦେଇ କହିଥିଲେ, ଦିଲ୍ଲୀରୁ ଏକ ଟଙ୍କା ଆସିଲେ, ହିତାଧିକାରୀଙ୍କ ନିକଟରେ ମାତ୍ର 15 ପଇସା ପହଞ୍ଚୁଛି । ଯେଉଁ ଉଦାହରଣରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ଦୋହରାଇବା ସହ ଏହା କଂଗ୍ରେସ ଶାସନର ପରିଣାମ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details