ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତିବର୍ଷ ସମସ୍ତ ମନ୍ତ୍ରଣାଳୟ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କ ସହିତ ମିଶି ବ୍ୟକ୍ତିଗତ ଭାବେ ସମସ୍ତ ମନ୍ତ୍ରଣାଳୟର ସମୀକ୍ଷା କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପ୍ରସ୍ତୁତ ରିପୋର୍ଟ କାର୍ଡ ଅନୁସାରେ ମନ୍ତ୍ରଣାଳୟକୁ ମୂଲ୍ୟାୟଙ୍କନ କରାଯାଇଥାଏ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ର ଅଧକ୍ଷ ଜେପି ନଡ୍ଡାଙ୍କ ସମର୍ଥନ ରହିଛି । ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ବର୍ତ୍ତମାନର କ୍ୟାବିନେଟରେ ସମ୍ପ୍ରସାରଣ କିମ୍ବା ପରିବର୍ତ୍ତନ ହେବା ନେଇଅନୁମାନ କରାଯାଉଛି ।
ସୂଚନାଅନୁସାରେ, ମୋଦି ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ସମୀକ୍ଷା କରାଯାଉଛି ଏବଂ ସେହି ଅନୁଯାୟୀ କ୍ୟାବିନେଟର ସମ୍ପ୍ରସାରଣ ଏବଂ ପରିବର୍ତ୍ତନ କରାଯିବ। । ଏ ପର୍ଯ୍ୟନ୍ତ କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, କୋଇଲା ଏବଂ ଖଣି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ଗୃହ ଏବଂ ନଗର ବ୍ୟାପାର, ବେସାମରିକ ବିମାନ ଚଳାଚଳ, ରେଳ, ପର୍ଯ୍ୟଟନ ଏବଂ ସଂସ୍କୃତି, ଆଦିବାସୀ ବ୍ୟାପାର, ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ, ସଡ଼କ ପରିବହନ ଏବଂ ରାଜପଥ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଆଦି ମନ୍ତ୍ରଣାଳୟର ସମୀକ୍ଷା କରାଯାଇଛି ।