ଓଡିଶା

odisha

ETV Bharat / bharat

UP Polls: ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌, ଭୋଟ ଦିଅନ୍ତୁ ଗଣତନ୍ତ୍ରକୁ ମଜବୁତ କରନ୍ତୁ - ୟୁପି ବିଧାନସଭା ନିର୍ବାଚନ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ​​ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରକୁ ଆସି ମତଦାନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

ମତଦାତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୂରୋଧ,ମୂଲ୍ୟବାନ ମତଦାନକୁ  ବ୍ୟବହାର କରି ଗଣତନ୍ତ୍ରକୁ ମଜବୁତ କରନ୍ତୁ
ମତଦାତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୂରୋଧ,ମୂଲ୍ୟବାନ ମତଦାନକୁ ବ୍ୟବହାର କରି ଗଣତନ୍ତ୍ରକୁ ମଜବୁତ କରନ୍ତୁ

By

Published : Feb 23, 2022, 11:50 AM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ଟି ଜିଲ୍ଲାରେ ୫୯ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ମତଦାନ କରିବାକୁ ଭୋଟରଙ୍କୁ ଅପିଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି କି, ଆଜି ୟୁପି ବିଧାନସଭା ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ସମସ୍ତ ଭୋଟର ମତଦାନ କରି ଆପଣଙ୍କ ମୂଲ୍ୟବାନ ମତଦାନ କରି ଗଣତନ୍ତ୍ରଙ୍କୁ ମଜବୁତ କରିବାରେ ସହଯୋଗ କରନ୍ତୁ ।

ସୂଚନା ଥାଉକି, ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ୫୯ ଆସନରେ ମତଦାନ କରୁଛନ୍ତି ୯ଟି ଜିଲ୍ଲାର ମତଦାତା । ଉନ୍ନାଓ, ପିଲିଭିତ, ଲଖିମପୁର ଖେରୀ, ରାଏ ବରେଲି, ସୀତାପୁର, ଫତେହପୁର, ହାର୍ଡୋଇ ଏବଂ ଲକ୍ଷ୍ନୌରେ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏନେଇ ସକାଳୁ ସକାଳୁ ବୁଥ୍ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର ।

ଆଜି ଆଇନ ମନ୍ତ୍ରୀଙ୍କ ସମେତ ରାଏବରେଲି ବିଧାୟିକା ଅଦିତି ସିଂହ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌ ପୂର୍ବତନ ଜଏଣ୍ଟ ଡାଇରେକ୍ଟର(former joint director of Enforcement Directorate) ରାଜେଶ୍ବର ସିଂହ ଏବଂ ଉନ୍ନାଓ ଦୁଷ୍କର୍ମ ପୀଡିତା ମାଆଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୫୯ ଆସନ ପାଇଁ ଭୋଟଗ୍ରହଣ ଥିବାବେଳେ ନିର୍ବାଚନୀ ଦୌଡରେ ଅଛନ୍ତି ବିଭିନ୍ନ ଦଳର ମୋଟ 624 ପ୍ରାର୍ଥୀ ।

ଚତୁର୍ଥ ପର୍ଯ୍ୟାୟରେ ଟାଣୁଆ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ବ୍ରଜେଶ ପାଠକ ଲକ୍ଷ୍ନୌ କଣ୍ଟୋନମେଣ୍ଟ ସିଟ୍‌ରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେ ସପା ପ୍ରାର୍ଥୀ ତଥା ଦୁଇଥର ମେୟର ଥିବା ସୁରେନ୍ଦ୍ର ସିଂହଙ୍କ ସହ ମୁକାବିଲା କରୁଛନ୍ତି । ଯୋଗୀ କ୍ୟାବିନେଟର ସହରାଞ୍ଚଳ ବିକାଶ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅନୁରାଗ ଭରଦ୍ବାଜଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details