ଓଡିଶା

odisha

ETV Bharat / bharat

ବିଗ ବିଙ୍କୁ 'ଷ୍ଟ୍ୟାଚୁ ଅଫ୍ ୟୁନିଟି' ଗସ୍ତ କରିବାକୁ ମନେ ପକାଇଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ବର ମନ୍ଦିର ଗସ୍ତକୁ ନେଇ ପ୍ରଶଂସା କରିଥିଲେ ବିଗ ବି । ଅମିତାଭ ବଚ୍ଚନଙ୍କ ଏହି ଟ୍ବିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

modi reminds amitabh of pending visit
ବିଗ ବି ଅମିତାଭଙ୍କୁ ମୋଦିଙ୍କ ପରାମର୍ଶ

By ETV Bharat Odisha Team

Published : Oct 15, 2023, 6:03 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ବିଗ-ବି ଅମିତାଭଙ୍କ ଟ୍ବିଟ୍ ବାର୍ତ୍ତାଳାପ । ପର୍ଯ୍ୟଟନସ୍ଥଳୀ ଭ୍ରମଣକୁ ନେଇ ଚର୍ଚ୍ଚା କରିଛନ୍ତି ଉଭୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ବର ମନ୍ଦିର ଗସ୍ତକୁ ନେଇ ପ୍ରଶଂସା କରିଥିଲେ ବିଗ ବି । ତେବେ ବିଗ ବି ଅମିତାଭ ବଚ୍ଚନଙ୍କ ଏହି ଟ୍ବିଟ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ବିଗ ବିଙ୍କୁ କୁଚର 'ରଣ ଉତ୍ସବ' ଭ୍ରମଣ କରିବା ପାଇଁ ପରାମର୍ଶ ଦେବା ସହ ଅମିତାଭଙ୍କ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ଟ୍ରିପ୍ ମଧ୍ୟ ପେଣ୍ଡିଂ ଅଛି ବୋଲି ମନେ ପକାଇଛନ୍ତି ।

ତେବେ ଗତ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଟ୍ବିଟର( X )ଆକାଉଣ୍ଟରେ ପୋଷ୍ଟ ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ବର ମନ୍ଦିରର ମନୋରମ ଦୃଶ୍ୟ ପୋଷ୍ଟ କରିଥିଲେ । ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ବିମୋହିତ କରିଥିବା ସେ ଉଲ୍ଲେଖ କରିଥିଲେ । ଫଟୋ ପୋଷ୍ଟ କରି କ୍ୟାପସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଲ୍ଲେଖ କରିଥିଲେ, "ଉତ୍ତରାଖଣ୍ଡରେ ଅନେକ ଜଣାଶୁଣା ସ୍ଥାନ ଅଛି ଯାହାକୁ ମୁଁ ଅନେକ ଥର ପରିଦର୍ଶନ କରିଛି । କେଦାରନାଥ ଏବଂ ବଦ୍ରିନାଥ ଗସ୍ତ ସମୟର ଅନୁଭୂତି ମୋ ପାଇଁ ସ୍ମରଣୀୟ । ହେଲେ ବହୁ ବର୍ଷ ପରେ ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ବର ମନ୍ଦିର ଦର୍ଶନ କରି ଅପୂର୍ବ ଆନନ୍ଦ ମିଳିଛି ।"

ଏହା ବି ପଢନ୍ତୁ...Maadi Song Out: 'ଗରବା' ଗୀତ ସହ ନବରାତ୍ରୀର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ, ଗରବୋ ଓ ମାଦି ଗୀତ ରିଲିଜ

ତେବେ ଦିନିକିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବା ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ପିଥୋରଗଡରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଥିଲେ । ଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଧ୍ୟାତ୍ମିକ ପୋଷାକ ପରିଧାନ କରି ପାର୍ବତୀ କୁଣ୍ଡରେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା । ନିଜେ ଶଙ୍ଖ ଫୁଙ୍ଖିବା ସହ ଡମ୍ବରୁ ବଜାଇ କରିଥିଲେ ପ୍ରାର୍ଥନା ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ତେବେ ମୋଦିଙ୍କ ଟ୍ବିଟର( X )ଆକାଉଣ୍ଟର ପୋଷ୍ଟକୁ ରିଟ୍ବିଟ୍ କରିଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ । ସେ କ୍ୟାପସନରେ ଲେଖିଥିଲେ, କୈଳାଶ ପର୍ବତର ଧାର୍ମିକ ଭାବନା ଓ ତାତ୍ପର୍ଯ୍ୟ ମତେ ଦୀର୍ଘ ଦିନ ଧରି ଆକର୍ଷିତ କରିଆସିଛି । ହେଲେ ମୁଁ ଏହାକୁ ପରିଦର୍ଶନ କରିବାର ସୁଯୋଗ ପାଇନାହିଁ ।" ତେବେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏହି ଟ୍ବିଟରେ ଉତ୍ତର ରଖିବା ସହିତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details