ଓଡିଶା

odisha

ETV Bharat / bharat

ଅଗଷ୍ଟ କ୍ରାନ୍ତି ଦିବସ: ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ - ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ଭାରତ ଛାଡ ଆନ୍ଦୋଳନର ବାର୍ଷିକୀ ଅବସରରେ ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଅଗଷ୍ଟ କ୍ରାନ୍ତି ଦିବସ: କ୍ରାନ୍ତିକାରୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି
ଅଗଷ୍ଟ କ୍ରାନ୍ତି ଦିବସ: କ୍ରାନ୍ତିକାରୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

By

Published : Aug 9, 2022, 11:21 AM IST

Updated : Aug 9, 2022, 11:30 AM IST

ନୂଆଦିଲ୍ଲୀ: ଆଜି ଅଗଷ୍ଟ କ୍ରାନ୍ତି ଦିବସ । ଆଜିର ଦିନରେ ଭାରତରୁ ଇଂରେଜକୁ ବିତାଡିତ କରିବା ପାଇଁ ଭାରତ ଛାଡ ଆନ୍ଦୋଳନର(Quit India Movement Anniversary) ଡାକରା ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ପରାଧୀନ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତ କରିବାକୁ ଦେଶବାସୀଙ୍କୁ ଏକଜୁଟ ହେବାକୁ ଆହ୍ବାନ କରିଥିଲେ । ଦେଶକୁ ସ୍ବାଧନତା ଦେବାକୁ ଯାଇ ପ୍ରାଣବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୯ ତାରିଖକୁ ଅଗଷ୍ଟ କ୍ରାନ୍ତି ତଥା ଭାରତ ଛାଡ ଆନ୍ଦୋଳନ ଭାବେ ପାଳନ କରାଯାଏ । ଆଜି ଭାରତ ଛାଡ ଆନ୍ଦୋଳନର ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତ କ୍ରାନ୍ତିକାରୀଙ୍କ ସ୍ମୃତିଚାରଣ କରିଛନ୍ତି ଏବଂ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଭାରତ ଛାଡ ଆନ୍ଦୋଳନ ସମାଜର ସବୁ ବର୍ଗର ଲୋକଙ୍କୁ ଏକାଠି କରିଥିବା କହିଛନ୍ତି ମୋଦି । ବାପୁଙ୍କ ନେତୃତ୍ବରେ ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଏବଂ ସ୍ବାଧୀନତା ସଂଗ୍ରାମକୁ ସୁଦୃଢ କରିଥିବା ସମସ୍ତ ବିପ୍ଲବୀଙ୍କୁ ସ୍ମରଣ କରୁଛି ବୋଲି ସେ ଟ୍ବିଟ୍ କରିବା ସହିତ ବମ୍ବେରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ସମୟର ମହାତ୍ମା ଗାନ୍ଧୀଙ୍କ ଏକ ଫଟୋଚିତ୍ର ମଧ୍ୟ ସେୟାର କରିଛନ୍ତି ।

ଗାନ୍ଧୀଜୀଙ୍କ 'କର ବା ମର' ଭାଷଣରୁ ବ୍ରିଟିସ ଶାସନ ବିରୁଦ୍ଧରେ ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନର ଆରମ୍ଭ ହୋଇଥିଲା । ଯାହାକି ୧୯୪୭ ମସିହାରେ ସଫଳ ହୋଇଥିଲା ।

Last Updated : Aug 9, 2022, 11:30 AM IST

ABOUT THE AUTHOR

...view details