ଓଡିଶା

odisha

କୁନୋ ଜାତୀୟ ଉଦ୍ୟାନରେ ୮ ଚିତା ଛାଡିଲେ ପ୍ରଧାନମନ୍ତ୍ରୀ

By

Published : Sep 17, 2022, 12:42 PM IST

କୁନୋ ଜାତୀୟ ଉଦ୍ୟାନରେ ୮ ଚିତାଙ୍କୁ ଛାଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

କୁନୋ ଜାତୀୟ ଉଦ୍ୟାନରେ ୮ ଚିତାଙ୍କୁ ଛାଡିଲେ ମୋଦି
କୁନୋ ଜାତୀୟ ଉଦ୍ୟାନରେ ୮ ଚିତାଙ୍କୁ ଛାଡିଲେ ମୋଦି

ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ଛଡାଗଲା ଚିତା । ଜନ୍ମଦିନରେ ଚିତାବାଘ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi releases 8 cheetahs in Kuno National Park) । ଆଜି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ୮ ଆଫ୍ରିକୀୟ ଚିତାଙ୍କୁ ଛାଡିଛନ୍ତି । ନିଜର ଜନ୍ମଦିନ ଅବସରରେ ସେ ଦେଶକୁ ଚିତାବାଘ ସମର୍ପିତ କରିଛନ୍ତି । ଏହି ଚିତବାଘମାନେ ଆଜି ସକାଳେ ନାମିବ୍ୟାରୁ ଆସି ଭାରତରେ ପହଞ୍ଚି ଥିଲେ । ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ୫ଟି ମାଈ ଓ ୩ଟି ଅଣ୍ଡିରା ରହିଛନ୍ତି । ଜଙ୍ଗଲରେ ଚିତାଙ୍କ ଛାଡିବା ପରେ ଆଜି ମୋଦି ମଧ୍ୟପ୍ରଦେଶର ସେଓପୁର ଠାରେ ସ୍ବୟଂସହାୟକ ଗୋଷ୍ଠୀ(Self Help Groups) ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା(ଭାରତୀୟ ସମୟ)ରେ ନାମିବ୍ୟାର ରାଜଧାନୀରୁ ୮ ଚିତାଙ୍କୁ ନେଇ ସ୍ବତନ୍ତ୍ର ବିମାନ ଭାରତ ଅଭିମୁଖେ ଉଡାଣ ଭରିଥିଲା । ଶନିବାର ଅର୍ଥାତ ଆଜି ସକାଳ ୬ଟା ସୁଦ୍ଧା ଏହା ଗ୍ବାଲିୟରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଥିବା ମଧ୍ୟପ୍ରଦେଶ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ(ବନ୍ୟପ୍ରାଣୀ) ଜେ ଏସ ଚୌହାନ(J S Chauhan) ଜଣାଇଥିଲେ । ଶେଷରେ ଆଜି ସକାଳେ ୮ ଚିତାଙ୍କୁ ନେଇ ସ୍ବତନ୍ତ୍ର ବିମାନ ଭାରତରେ ପହଞ୍ଚିଥିଲା। ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟ୍ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ(KNP) ଭିତରକୁ ଛାଡିଛନ୍ତି ।

କୁନୋ ଜାତୀୟ ଉଦ୍ୟାନରେ ୮ ଚିତାଙ୍କୁ ଛାଡିଲେ ମୋଦି

ଏହାମଧ୍ୟ ପଢନ୍ତୁ:ଆଜି ମୋଦିଙ୍କ ଜନ୍ମଦିନ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ

୧୯୫୨ ମସିହାରେ ଭାରତରୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ବାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମିବ୍ୟାରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି । ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଆସିଥିବା ବେଳେ ଆସନ୍ତା ୫ ବର୍ଷରେ ମୋଟ ୫୦ ବାଘ ଭାରତ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଚିତା ଛଡାଯିବା ଦ୍ବାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ । ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ ।

ABOUT THE AUTHOR

...view details