ଓଡିଶା

odisha

ETV Bharat / bharat

Lata Deenanath Mangeshkar Award: ପ୍ରଥମ ଆଓ୍ବାର୍ଡ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ଲତା ଦିନାନାଥ ମଙ୍ଗେସର ଆଓ୍ବାର୍ଡରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି । ସୁର ସାମ୍ରାଜ୍ଞୀ ଲତାଙ୍କୁ ମନେ ପକାଇ କହିଲେ ସଙ୍ଗୀତ ହେଉଛି ସାଧନା । ଅଧିକ ପଢନ୍ତୁ

By

Published : Apr 24, 2022, 7:11 PM IST

Lata Deenanath Mangeshkar Award: ପ୍ରଥମ ଆଓ୍ବାର୍ଡ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ
Lata Deenanath Mangeshkar Award: ପ୍ରଥମ ଆଓ୍ବାର୍ଡ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ମୃତି ଓ ସମ୍ମାନାର୍ଥେ ପ୍ରତିଷ୍ଠା ହୋଇଥିବା ‘ଲତା ଦିନାନାଥ ମଙ୍ଗେସର ଆଓ୍ବାର୍ଡ’ରେ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲତାଙ୍କ ଦେହାନ୍ତ ପରେ ଘୋଷିତ ଏହି ଆଓ୍ବାର୍ଡରେ ସାମ୍ମାନିତ ହେବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୁମ୍ବାଇର ସମ୍ମୁଖାନନ୍ଦ ହଲରେ ମାଷ୍ଟର ଦିନାନାଥ ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଲତାଙ୍କ ଭଉଣୀ ଆଶା ଭୋସଲେ ଓ ଭାଇ ହୃଦୟନାଥ ଦିନାନାଥଙ୍କ ଠାରୁ ଏହି ଆଓ୍ବାର୍ଡ ଗ୍ରହଣ କରିଛନ୍ତି ।

ଆଓ୍ବାର୍ଡ ଗ୍ରହଣ କରିବା ପରେ ଉପସ୍ଥିତ ସଦସ୍ୟଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ସଙ୍ଗୀତରେ ତାଙ୍କର କୌଣସି ଭୂମିକା ବା ଦକ୍ଷତା ନାହିଁ । କିନ୍ତୁ ସେ ଏତିକି ବୁଝନ୍ତି, ଯେ ସଙ୍ଗୀତ ଏକ ସାଧନା । ସଙ୍ଗୀତରେ ମଣିଷର ଭାବାବେଗ ଭରି ରହିଥାଏ । ସେହିପରି ଲତାଙ୍କୁ ନିଜ ବଡ ଭଉଣୀ ବୋଲି ସମ୍ବୋଧନ କରି ଏପରି ସାମାରୋହରେ ସାମିଲ ହେବା ଓ ଲତାଙ୍କ ନାମିତ ପୁରସ୍କାର ଗ୍ରହଣ କରିବା ତାଙ୍କ ପାଇଁ ଏକ କର୍ତ୍ତବ୍ୟ ଥିଲା ବୋଲି ମୋଦି କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଏହି ଆଓ୍ବାର୍ଡକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଚଳିତ ବର୍ଷ ପ୍ରାରମ୍ଭରେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ 92ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ପରେ ଲତାଙ୍କ ସମ୍ମାନାର୍ଥେ ଏହି ଆଓ୍ବାର୍ଡ ଘୋଷଣା କରିଥିଲା ତାଙ୍କ ପିତାଙ୍କ ନାମରେ ଗଠିତ ମାଷ୍ଟର ଦିନାନାଥ ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ (The Master Deenanath Mangeshkar Smruti Pratishthan charitable trust)। ଦେଶ ପାଇଁ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ସ୍ମାରକୀ ସମ୍ମାନରେ ସମ୍ମାନିତ କରିବା ଟ୍ରଷ୍ଟ ପକ୍ଷରୁ ଏହି ଆଓ୍ବାର୍ଡ ପ୍ରତିଷ୍ଠା କରାଯାଇଥିବା ଘୋଷଣା କରିଯାଇଥିଲା । ତେବେ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଏହି ଆଓ୍ବାର୍ଡ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବା ପାଇଁ ମନୋନୀତ କରିଥିଲା ଟ୍ରଷ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details