ଓଡିଶା

odisha

ETV Bharat / bharat

'ବଜେଟର ଆତ୍ମା ଚାଷୀ, ଆତ୍ମନିର୍ଭର ଭାରତକୁ ମିଳିବ ବଳ' - ଭାରତ ବଜେଟ

ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା । ଏହି ବଜେଟ ନୂଆ ଭାରତର ଆତ୍ମବିଶ୍ବାସକୁ ଜାଗ୍ରତ କରିବା ଭଳି ବଜେଟ । ଏହି ବଜେଟର ଆତ୍ମା ଗାଁ ଓ ଚାଷୀ । ଅଧିକ ପଢନ୍ତୁ...

'ବଜେଟର ଆତ୍ମା ଚାଷୀ, ଆତ୍ମନିର୍ଭର ଭାରତକୁ ମିଳିବ ବଳ'
'ବଜେଟର ଆତ୍ମା ଚାଷୀ, ଆତ୍ମନିର୍ଭର ଭାରତକୁ ମିଳିବ ବଳ'

By

Published : Feb 1, 2021, 4:32 PM IST

Updated : Feb 1, 2021, 7:13 PM IST

ନୂଆଦିଲ୍ଲୀ: ସୋମବାର ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପରେ ସାଧାରଣ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି କହିଛନ୍ତି, ଏହି ବଜେଟ ନୂଆ ଭାରତର ଆତ୍ମବିଶ୍ବାସକୁ ଜାଗ୍ରତ କରିବା ଭଳି ବଜେଟ । ଏହି ବଜେଟ ଦେଶର ଇନଫ୍ରାଷ୍ଟ୍ରକଚରରେ ପରିବର୍ତ୍ତନ ଆଣିବ । ଏହାସହ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବାର କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବଜେଟର ଆତ୍ମା ଗାଁ ଓ ଚାଷୀ । ଏପରି ବଜେଟ କମ ଦେଖିବାକୁ ମିଳେ, ଯାହାର ପ୍ରାଥମିକ ପର୍ଯ୍ୟାୟରେ ଭଲ ପ୍ରତିକ୍ରିୟା ଆସିଛି ।

ବଜେଟକୁ ନେଇ ମୋଦି କହିଛନ୍ତି, ଚ୍ୟାଲେଞ୍ଜ ସତ୍ତ୍ବେ ଆମ ସରକାର ବଜେଟରେ ସ୍ବଚ୍ଛତା ଆଣିବା ପାଇଁ ଜୋର ଦିଆଯାଇଛି । ଭାରତ କୋରୋନା କାଳରେ ବେଶ ସକ୍ରିୟ ରହିଥିବା ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମେ ବଜେଟ ଜରିଆରେ ଦେଶ ସାମ୍ନାରେ ପ୍ରୋ-ଆକ୍ଟିଭ ହେବାର ସଙ୍କେତ ଦେଇଛୁ । ତେବେ ଏହି ବଜେଟରେ ଜାନ୍‌ ଓ ଜାହାନ ଜୋର ଦିଆଯାଇଥିବା କହିଛନ୍ତି ମୋଦି ।

ପିଏମ ମୋଦି କହିଛନ୍ତି, ବଜେଟରେ ଦକ୍ଷିଣରୁ ନେଇ ଉତ୍ତର ଓ ପୂର୍ବର ସମସ୍ତ ରାଜ୍ୟ ଉପରେ ଜୋର ଦିଆଯାଇଛି । ସମୁଦ୍ର ଉପକୂଳୂବର୍ତ୍ତୀ ରାଜ୍ୟ ଆର୍ଥିକ ରୂପେ ମଜବୁତ କରିବା ପାଇଁ ନିଷ୍ପତ୍ତି ନିଯାଇଛି । ବଜେଟରେ ଏପରି ଅନେକ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ରୋଜଗାର ଦେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ଏବଂ ଚାଷୀଙ୍କ ଆୟ ବଢାଇବା ପାଇଁ ସହଯୋଗ କରାଯିବ ।

Last Updated : Feb 1, 2021, 7:13 PM IST

ABOUT THE AUTHOR

...view details