ଓଡିଶା

odisha

ETV Bharat / bharat

ଡେସମଣ୍ଡ ଟୁଟୁଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ - ନୋବେଲ ବିଜେତା ଡେସମଣ୍ଡ ଟୁଟୁଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାର ଜାତିଭେଦ ବିରୋଧୀ ଆନ୍ଦୋଳନର ପୁରୋଧା ତଥା ନୋବେଲ ଶାନ୍ତି ବିଜେତା ବିଶିଷ୍ଟ ଅହିଂସାବାଦୀ ନେତା ଡେସମଣ୍ଡ ଟୁଟୁଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ । କହିଲେ ମନେ ରହିବ ଜୀବନବ୍ୟାପୀ ଅବଦାନ । ଅଧିକ ପଢନ୍ତୁ

ଡେସମଣ୍ଡ ଟୁଟୁଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ଡେସମଣ୍ଡ ଟୁଟୁଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

By

Published : Dec 26, 2021, 6:49 PM IST

ହାଇଦ୍ରାବାଦ:ଦକ୍ଷିଣ ଆଫ୍ରିକାର ଜାତିଗତ ଭେଦଭାବ ବିରୋଧୀ ଅଭିଯାନର ପୁରୋଧା, ବିଶିଷ୍ଟ ଅହିଂସାବାଦୀ ନେତା ତଥା ନୋବେଲ ପୁରସ୍କାର ବିଜେତା ଆର୍କବିଶପ୍ ଡେସମଣ୍ଡ ଟୁଟୁଙ୍କ ଦେହାନ୍ତ ହୋଇଛି । 90 ବର୍ଷୀୟ ଟୁଟୁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିଶ୍ବର ପ୍ରମୁଖ ବ୍ୟକ୍ତିବିଶେଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିବା ସହ ପ୍ରେରଣାଦାୟୀ ଜୀବନକୁ ମନେ ପକାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତାଙ୍କର ଅବଦାନ ପାଇଁ ସେ ଅଗଣିତ ଲୋକଙ୍କ ସେ ମାର୍ଗଦର୍ଶକ ହୋଇ ରହିବେ । ମାନବିକ ସମ୍ମାନ ଏବଂ ସମାନତା ଉପରେ ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମରଆତ୍ମାର ସଦଗତି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟୁଟୁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଂ ତାଙ୍କ ଜୀବନବ୍ୟାପୀ ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ ବୋଲି ରାହୁଲ କହିଛନ୍ତି ।

ଅହିଂସାବାଦୀ ନେତା ଭାବେ ଦକ୍ଷିଣ ଆଫ୍ରିକାର ସ୍ବାଧୀନତା ସଂଗ୍ରାମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଟୁଟୁ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକୀୟ ସମାଜରେ ବର୍ଣ୍ଣବୈଷ୍ଣବ ବିରୋଧରେ ମଧ୍ୟ ସଂଘର୍ଷ ଜାରି ରଖିଥିଲେ । 1961 ମସିହାରେ ଶାରପେଭିଲ୍ ହତ୍ୟାକାଣ୍ଡ ଓ 1976 ମସିହାରେ ଆଫ୍ରିକାର କଳାବର୍ଣ୍ଣ ଜନସଂଖ୍ୟା ବିରୋଧରେ ହୋଇଥିବା ହିଂସା ପରେ ମଧ୍ୟ ଅହିଂସା ମାର୍ଗରେ ସେ ଏହାକୁ ବିରୋଧ କରିଥିଲେ । ସେ ଆଫ୍ରିକାର ଗାନ୍ଧି ଭାବେ ପରିଚିତ ନେଲସନ ମାଣ୍ଡେଲାଙ୍କ ବନ୍ଧୁଥିବା ବେଳେ ତାଙ୍କୁ ନିଜର ଆଦର୍ଶ ବୋଲି ମଧ୍ୟ ମାନୁଥିଲେ । ଅହିଂସା ମାର୍ଗରେ ସ୍ବାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଓ ପରବର୍ତ୍ତୀ ସମୟରେ ସାମାଜିକ ସୁଧାର ତଥା ବର୍ଣ୍ଣଭେଦୀ ନୀତି ବିରୋଧରେ ତାଙ୍କର ଦୀର୍ଘବର୍ଷର ଅଭିଯାନ ପାଇଁ 1984 ମସିହାରେ ତାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ତେବେ ଆଜିି 90 ବର୍ଷ ବୟସରେ ତାଙ୍କ ଦେହାନ୍ତ ହେବା ପରେ ସାରା ବିଶ୍ବର ବିଭିନ୍ନ କୋଣରୁ ଶୋକବାର୍ତ୍ତା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ଭାରତୀୟ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଅମରାତ୍ମାର ସଦଗତି କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details