ଓଡିଶା

odisha

By

Published : Jul 3, 2022, 10:56 PM IST

ETV Bharat / bharat

ଜନସଭା ସମ୍ବୋଧିତ କଲେ ମୋଦି, କହିଲେ ଡବଲ ଇଞ୍ଜନ ସରକାର ଚାହାନ୍ତି ତେଲେଙ୍ଗାନାବାସୀ

ହାଇଦ୍ରାବାଦରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ଜନସଭା ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଲେଙ୍ଗାନାବାସୀ ଡବଲ ଇଞ୍ଜନ ସରକାର ଚାହାନ୍ତି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଜନସଭା ସମ୍ବୋଧିତ କଲେ ମୋଦି, କହିଲେ ଡବଲ ଇଞ୍ଜନ ସରକାର ଚାହାନ୍ତି ତେଲେଙ୍ଗାନାବାସୀ
ଜନସଭା ସମ୍ବୋଧିତ କଲେ ମୋଦି, କହିଲେ ଡବଲ ଇଞ୍ଜନ ସରକାର ଚାହାନ୍ତି ତେଲେଙ୍ଗାନାବାସୀ

ହାଇଦ୍ରବାଦ: ହାଇଦ୍ରାବାଦରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଜନସଭା ସମ୍ବୋଧିତ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ତେଲେଙ୍ଗାନାରେ କଳା, କୌଶଳ ଓ କର୍ମଠତା ଭରପୂର ରହିଛି । ଏହି ରାଜ୍ୟ ପରାକ୍ରମର ପୂର୍ଣ୍ଣସ୍ଥଳୀ ଅଟେ । ତେଲେଙ୍ଗାନାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ସେମାନେ ଡବଲ ଇଞ୍ଜିନ ସରକାର ଚାହାନ୍ତି । ରାଜ୍ୟର ଗରିବଙ୍କୁ ମାଗଣା ରାସନ ମିଳୁ, ମାଗଣା ଚିକିତ୍ସା ହେଉ ଏବଂ ବିଜେପି ସରକାରଙ୍କ ନୀତିର ଲାଭ ସଭିଁଙ୍କୁ ବିନା ଭେଦଭାବରେ ମିଳୁଛି । ଏହା ହିଁ ସବ୍‌କା ସାଥ, ସବ୍‌କା ବିକାଶ ଅଟେ । ଏହି କାରଣରୁ ଆଜି ଦେଶର ସବୁ ନାଗରିକ ବିଜେପି ଉପରେ ଏତେ ବିଶ୍ବାସ ରଖୁଛନ୍ତି ।''

''ବର୍ତ୍ତମାନ ଦେଶର ମହିଳା ମଧ୍ୟ ଅନୁଭବ କରୁଛନ୍ତି ଯେ, ତାଙ୍କ ଜୀବନ ସହଜ ହୋଇଯାଇଛି । ସେମାନଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ସୃଷ୍ଟି ହୋଇଛି । ଏବେ ସେ ରାଷ୍ଟ୍ର ବିକାଶ ଦିଗରେ ଅଧିକ ଯୋଗଦାନ ଦେଇପାରିବେ । ବିଜେପିର ଏହି ସେବାର ଲାଭ ତେଲେଙ୍ଗାନାର ପ୍ରତ୍ୟେକ ଗରୀବ, ପଛୁଆ, ଦଳିତ ଏବଂ ମଧ୍ୟମ ବର୍ଗକୁ ମିଳୁଛି । ୨୦୧୯ ନିର୍ବାଚନରେ ବିଜେପି ତେଲେଙ୍ଗାନାରେ ଯେତିକି ଜନସମର୍ଥନ ହାସଲ କରିଥିଲା, ଏଥିରେ ନିରନ୍ତର ବୃଦ୍ଧି ଘଟିଚାଲିଛି । ଗ୍ରେଟର ହାଇଦ୍ରାବାଦ ନିର୍ବାଚନ ସମୟରେ ଏହାର ଝଲକ ଦେଖାଯାଇଥିଲା । ନିର୍ବାଚନରେ ବିଜେପିକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିଲା'' ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦି ଆହୁରି ମଧ୍ୟ କହିଛନ୍ତି, ''ନାରୀଶକ୍ତିକୁ ରାଷ୍ଟ୍ରଶକ୍ତି କରିବା ପାଇଁ ବିଜେପି ଚେଷ୍ଟିତ । ନିକଟରେ ଏକ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କରେ ଜମା ଅର୍ଥରାଶିରେ ମହିଳାଙ୍କ ଭଗିଦାରୀ ଦ୍ରୁତଗତିରେ ବଢୁଛି । ଗ୍ରାମୀଣ ମହିଳାଙ୍କ କ୍ଷେତ୍ରରେ ଏହି ସଂଖ୍ୟା ଆହୁରି ଅଧିକ ରହିଛି । ମାତୃତ୍ବ ସମୟରେ ପୁଷ୍ଟିକର ଖାଦ୍ୟଠାରୁ ଆରମ୍ଭ କରି ଟୀକାକରଣ ପର୍ଯ୍ୟନ୍ତ ଆମେ ତେଲେଙ୍ଗାନାର ପ୍ରତିଟି ଗ୍ରାମରେ ପହଞ୍ଚାଇଛୁ । ଏଥିପାଇଁ ଆଜି ମହିଳାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି । ସ୍ବଚ୍ଛ ଭାରତ ଅଭିଯାନରେ ତେଲେଙ୍ଗାନାର ଲକ୍ଷ ଲକ୍ଷ ଗରିବ ମାଆ-ଭଉଣୀଙ୍କୁ ସମ୍ମାନଜନକ ଜୀବନ ମିଳିଛି । ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ଦ୍ବାରା ରାଜ୍ୟରେ ଲକ୍ଷାଧିକ ଗରୀବ ଭଉଣୀଙ୍କୁ ଧୂଆଁରୁ ମୁକ୍ତି ମିଳିଛି । ଜନଧନ ଯୋଜନା ଅଧିନରେ ସମଗ୍ର ଦେଶରେ ୪୫ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି । ଯାହାମଧ୍ୟରୁ କେବଳ ତେଲେଙ୍ଗାନାରେ ଏକ କୋଟିରୁ ଅଧିକ ଆକାଉଣ୍ଟ ଖୋଲିଛି ।''

ABOUT THE AUTHOR

...view details