ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି (Budget session of Parliament to start from today)। କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ । ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରୁଛନ୍ତି ।
ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ସାଂସଦଙ୍କୁ ସ୍ବାଗତ କରିବା ସହିତ ସେ କହିଛନ୍ତି ବର୍ତ୍ତମାନର ଏହି ବିଶ୍ବ ସ୍ତରୀୟ ପରିସ୍ଥିତିରେ ଭାରତ ପାଇଁ ଅନେକ ସୁଯୋଗ ରହିଛି । ଏହି ଅଧିବେଶନ ଦେଶର ଅର୍ଥନୈତିକ ପ୍ରଗତି, ଟୀକାକରଣ କାର୍ଯ୍ୟକ୍ରମ, ମେଡ ଇନ୍ ଇଣ୍ଡିଆ ଟିକାରେ ବିଶ୍ବରେ ଭାରତର ଆତ୍ମବିଶ୍ବାସ ସୃଷ୍ଟି କରିବ । ଖୋଲା ମନରେ ଦେଶକୁ ପ୍ରଗତି ପଥରେ ଆଗେଇ ନେବାକୁ ସାଂସଦଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।