ଓଡିଶା

odisha

ETV Bharat / bharat

Mann Ki Baat; ଓଡିଆ ପୁଅ ଇଶାକ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା - Mann Ki Baat

'ମନ କି ବାତ'ର ୭୯ତମ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ସମ୍ବଲପୁର ଉପାନ୍ତ ଅଞ୍ଚଳ ବାବୁପାଲିକ ଇଶାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଓଡିଆ ପୁଅ ଈଶାକ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା
ଓଡିଆ ପୁଅ ଈଶାକ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା

By

Published : Jul 25, 2021, 12:08 PM IST

Updated : Jul 25, 2021, 12:33 PM IST

ନୂଆଦିଲ୍ଲୀ:'ମନ କି ବାତ'ର ୭୯ତମ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ବିଭିନ୍ନ କୋଣ ଅନୁକୋଣରେ କିଛି ନୂଆ କରି ଦେଖାଇଥିବା ବ୍ୟକ୍ତିତ୍ବକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ଇଶାକ । ସମ୍ବଲପୁର ଉପାନ୍ତ ଅଞ୍ଚଳ ବାବୁପାଲିକ ଇଶାକ ମୁଣ୍ଡା ୟୁଟ୍ୟବୁରେ ଭିଡିଓ ଅପଲୋଡ କରି ରୋଜଗାରକ୍ଷମ ହୋଇପାରିଛନ୍ତି ।

ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିଥିବା ଈଶାକ ୟୁଟ୍ୟୁବରେ ଇଟିଙ୍ଗ ଭିଡିଓ ଛାଡି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି । କୋରୋନା କାଳରେ ରୋଜଗାର ହରାଇଥିବା ଈଶାକ 'ଇଶାକ ମୁଣ୍ଡା ଇଟିଙ୍ଗ' ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ପାରମ୍ପରିକ ଖାଦ୍ୟର ଭିଡିଓ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।

ଇଶାକଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଇଶାକଙ୍କ ଏହି ପଦକ୍ଷେପ ଅତୁଳନୀୟ । ତାଙ୍କର ଏହି ପଦକ୍ଷେପ ମାଧ୍ୟମରେ ସେ ସହରୀ ଲୋକଙ୍କୁ ଏକ ଜୀବନଶୈଳୀ ଦେଖିବା ପାଇଁ ଏକ ସୁଯୋଗ ପ୍ରଦାନ କରିଛନ୍ତି । ଈଶାକ ତାଙ୍କ ରୋଷେଇ ପ୍ରସ୍ତୁତ ଭିଡିଓ ମାଧ୍ୟମରେ ସଂସ୍କୃତିକୁ ବଞାଇ ରଖି ଆମକୁ ଉତ୍ସାହିତ କରିଛନ୍ତି ବୋଲି ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ମୋଦି ।

ଏହା ମଧ୍ୟ ପଢନ୍ତୁ...ଲକ୍ଷପତି କଲା ୟ୍ୟୁଟୁବ, ଶ୍ରମିକରୁ ସାଜିଲେ ଷ୍ଟାର

2020 ମାର୍ଚ୍ଚ 26ରେ ଈଶାକ ପ୍ରଥମେ ଖାଦ୍ୟ, ପାନୀୟ ନେଇ ଏକ ଭିଡିଓ ରାଇସ୍ ଆଣ୍ଡ ଇଣ୍ଡିଆନ ସମ୍ବର ଫାଷ୍ଟ ଇଟିଙ୍ଗ ନାମରେ ଅପଲୋଡ୍ କଲେ । ଏହି ଭିଡିଓକୁ ଲୋକେ ବେଶ୍ ପସନ୍ଦ କରିବା ସହ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କଲେ । ନିଜ ପରମ୍ପରା, ଚାଲି ଚଳଣୀ, ଖାଦ୍ୟପେୟ, ଦେଶୀ ଚିକେନ୍, ଜଙ୍ଗଲୀ ଛତୁ, ବାଉଁଶ କରଡି ଭଳି ବିଭିନ୍ନ ପ୍ରକାର ଶାଗ ପ୍ରସ୍ତୁତି ଲୋକଙ୍କୁ ବେଶ୍ ଆକୃଷ୍ଠ କଲା । ପରେ ଧିରେ ଧିରେ ଈଶାକଙ୍କ ଦର୍ଶକଙ୍କ ସଂଖ୍ୟା ବଢିବାକୁ ଲାଗିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 25, 2021, 12:33 PM IST

ABOUT THE AUTHOR

...view details