ପାଟନା:ବିହାରର ଦରଭଙ୍ଗାରେ ଥିବା ଲଳିତ ନାରାୟଣ ମିଥିଳା ବିଶ୍ବବିଦ୍ୟାଳୟ (Lalit Narayan Mithila University Darbhanga) ପୂର୍ବରୁ ମଧ୍ୟ କିଛି ନା କିଛି ଅବ୍ୟବସ୍ଥା ପାଇଁ ସର୍ବଦା ଚର୍ଚ୍ଚାର ପରିସରରେ ରହି ଆସିଛି । ତେବେ ଚଳିତ ଥର କିଛି ଭିନ୍ନ କାରନାମା ପାଇଁ ଏବେ ଚର୍ଚ୍ଚାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସ୍ନାତକ ତୃତୀୟ ବର୍ଷର କିଛି ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ବଦଳରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କ ଫଟୋ (PM Modi Photo Viral)। ଯାହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସହ ଅସନ୍ତୋଷ ଦେଖିବାକୁ ମିଳିଛି ।
ଆଡମିଟ କାର୍ଡରେ ପିଏମ ମୋଦିଙ୍କ ଫଟୋ:
ବିଶ୍ୱବିଦ୍ୟାଳୟର (Lalit Narayan Mithila University Darbhanga) ରେଜିଷ୍ଟ୍ରାର ଏଥିପାଇଁ ଛାତ୍ରଙ୍କୁ ଦାୟୀ କରିଥିବାବେଳେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି । ଲଲିତ ନାରାୟଣ ମିଥିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ତୃତୀୟ ବର୍ଷ ପରୀକ୍ଷାର ଆଡମିଟ୍ କାର୍ଡ ବିଶ୍ୱବିଦ୍ୟାଳୟ ପ୍ରକାଶ କରିଥିଲା । ଯେଉଁଥିରେ ବିଶ୍ବ ବିଦ୍ୟାଳୟ ଅଧୀନରେ ଆସୁଥିବା ଜିଡି କଲେଜର ଜଣେ ଛାତ୍ର ରବିଶ କୁମାର ସାନୁଙ୍କ ଆଡମିଟ୍ କାର୍ଡରେ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା (PM Modi picture on LNMU student admit card) ।