ଓଡିଶା

odisha

ETV Bharat / bharat

ହରିଦ୍ବାର କୁମ୍ଭକୁ ନେଇ ଜୁନା ଆଖଡା ମୁଖ୍ୟଙ୍କ ସହ କଥା ହେଲେ ମୋଦି - ଜୁନା ଆଖଡା ମୁଖ୍ୟ ସ୍ବାମୀ ଅବଦ୍ଧେଶନନ୍ଦ ଗିରି

ହରିଦ୍ବାର କୁମ୍ଭକୁ ନେଇ ଜୁନା ଆଖଡା ମୁଖ୍ୟ ସ୍ବାମୀ ଅବଦ୍ଧେଶନନ୍ଦ ଗିରି ସହ କଥା ହେଲେ ପିଏମ ମୋଦି । ଅଧିକ ପରିମାଣରେ ଜନଗହଳି ନ କରି କେବଳ ବିଧି ଅନୁଯାୟୀ କାର୍ଯ୍ୟ କରିବା ପାଇଁ ପିଏମ ମୋଦି ନିବେଦନ କରିଛନ୍ତି । ପୂର୍ବରୁ ହରିଦ୍ବାରରେ ଶାହି ସ୍ନାନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଛି । ଅଧିକ ପଢନ୍ତୁ...

PM Modi phone
ହରିଦ୍ବାର କୁମ୍ଭକୁ ନେଇ ଜୁନା ଆଖଡା ମୁଖ୍ୟଙ୍କ ସହ କଥା ହେଲେ ପିଏମ ମୋଦି

By

Published : Apr 17, 2021, 10:09 AM IST

ନୂଆଦିଲ୍ଲୀ: ହରିଦ୍ବାର କୁମ୍ଭକୁ ନେଇ ମହାମଣ୍ଡଳେଶ୍ବର ଜୁନା ଆଖଡା ମୁଖ୍ୟ ସ୍ବାମୀ ଅବଦ୍ଧେଶନନ୍ଦ ଗିରି ସହ କଥାବାର୍ତ୍ତା କଲେ ପିଏମ ମୋଦି । ହରିଦ୍ବାର କୁମ୍ଭରେ ଅଧିକ ପରିମାଣରେ ଜନଗହଳି ନ କରି କେବଳ ବିଧି ଅନୁଯାୟୀ କାର୍ଯ୍ୟ କରିବା ପାଇଁ ପିଏମ ମୋଦି ନିବେଦନ କରିଛନ୍ତି ।

ମହାମାରୀ କୋରୋନାର ଦ୍ବିତୀୟ ଲହରୀ ସାରା ଭାରତକୁ କବଳିତ କରିଥିବାବେଳେ ଦିନକୁ ଦିନ ବିସ୍ଫୋରକ ରୂପ ଧାରଣ କରିବାରେ ଲାଗିଛି । ହରିଦ୍ବାର କୁମ୍ଭକୁ ନେଇ ପିଏମ ମୋଦିଙ୍କ ସହ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଜୁନା ଆଖଡା ମୁଖ୍ୟ ସ୍ବାମୀ ଅବଦ୍ଧେଶନନ୍ଦ ଗିରି ଆଲୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋରୋନା ମହାମାରୀ ଯୋଗୁଁ ହରିଦ୍ବାର ସ୍ନାନକୁ କେବଳ ବିଧି ଅନୁଯାୟୀ ପାଳନ କରାଯାଉ ଏବଂ ଅଧିକ ପରିମାଣରେ ଜନଗହଳି କରାନଯାଉ ବୋଲି ନିବେଦନ କରିଛନ୍ତି । ପୂର୍ବରୁ ଶାହି ସ୍ନାନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଛି । ଏହି ସଂକଟରୁ ମୁକୁଳିବା ପାଇଁ ଏହା ଦ୍ବାରା ଆମକୁ ସାହସ ମିଳିବ ବୋଲି ପିଏମ ମୋଦି କହିଛନ୍ତି ।

ସେପଟେ ପିଏମ ମୋଦିଙ୍କ ସହ ଆଲୋଚନା ପରେ ଜୁନା ଆଖଡା ମୁଖ୍ୟ ସ୍ବାମୀ ଅବଦ୍ଧେଶନନ୍ଦ ଗିରି କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଗ୍ରହଣ କରୁଛୁ । ଆମେ ଶାହି ସ୍ନାନରେ ଲୋକଙ୍କୁ ନ ଆସିବା ପାଇଁ ନିବେଦନ କରିଛୁ । କେବଳ ବିଧି ଅନୁଯାୟୀ ପାଳନ କରାଯିବ ବୋଲି କହିଛନ୍ତି । ଏହା ସହ ଲୋକଙ୍କୁ କୋରୋନା ଗାଇଡଲାଇନ ମାନିବା ସହ ମାସ୍କ ସାନିଟାଇଜର ବ୍ୟବହାର କରିବା ପାଇଁ ନିବେଦନ କରିଛନ୍ତି ।

ସୂଚନାଥାଉକି ଭାରତରେ କୋରୋନାର ଦ୍ବିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃ୍ଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଲକ୍ଷାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଯାହାକୁ ନେଇ ଦେଶରେ ଏବେ ଚିନ୍ତାର ବିଷୟ ପାଲଟିଛି । ଏହାକୁ ରୋକିବା ପାଇଁ କେବଳ ଲୋକଙ୍କୁ ସଚେତନ ହେବା ସହ ସମସ୍ତ ପ୍ରକାରର କୋରୋନା ଗାଇଡଲାଇନ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।

@ANI

ABOUT THE AUTHOR

...view details